30.1 C
Bhubaneswar
Friday, April 26, 2024
Homeଓଡିଶାପାହାଡିଆ ଅଞ୍ଚଳର ଜଙ୍ଗଲ ଜମିରେ ପଥର ଲୁଟେରାଙ୍କ ରାଜ୍

ପାହାଡିଆ ଅଞ୍ଚଳର ଜଙ୍ଗଲ ଜମିରେ ପଥର ଲୁଟେରାଙ୍କ ରାଜ୍

ଯାଜପୁର : ପାହାଡିଆ ଅଞ୍ଚଳର ଜଙ୍ଗଲ ଜମିରେ ପଥର ଲୁଟେରାଙ୍କ ରାଜ୍ । ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଅନ୍ତର୍ଗତ ଖରଡି ମୌଜାର ଜଙ୍ଗଲ କିସମ ଜମିରୁ ପଥର ମାଫିଆ ମାନେ ବେଆଇନ ଭାବେ ପାହାଡ ଖନନ କରି ଗ୍ରାନାଇଟ୍, ମାଙ୍କଡା ପଥର ଓ ମୋରମ୍ ଆଦି ଚୋରାଚାଲାଣ କରୁଛନ୍ତି । ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ସୁକିନ୍ଦା ତହସିଲଦାର ଅଣଦେଖା କରୁଛନ୍ତି। ଏବିଷୟରେ ଆଜି ଖବର ପାଇ ସୁକିନ୍ଦା ଗଡ଼ ବନବିଭାଗ ଅଧିକାରୀ ବିପିନି ବିହାରୀ ରାଉତୁରାଏ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରି ଆଜି ଏହି ପାହାଡ ଉପରେ ଅତର୍କିତ ଚଢାଉ କରିଥିଲେ । ସମ୍ପୃକ୍ତ ଖାଦାନ୍ ଅଞ୍ଚଳରୁ ଏକ ମେସିନ୍ ଜବତ୍ ହୋଇଥିବା ବେଳେ ପଥର ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ସେମାନଙ୍କୁ ଧରିବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ବନବିଭାଗ ଅଧିକାରୀ ବିପିନି ବିହାରୀ ରାଉତୁରାଏ । ଆଉ ଗୋଟେ ପଟେ ଖରଡ଼ି ଗ୍ରାମର ଜନସାଧାରଣ କହିଥିଲେ ଯେ ପଥର ମାଫିଆଙ୍କୁ ସୁକିନ୍ଦା ତହସିଲଦାର ସୁରକ୍ଷା ଦେଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking