38.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟକୁ ମାଗଣାରେ ମିଳିବ ଟିକା

ରାଜ୍ୟକୁ ମାଗଣାରେ ମିଳିବ ଟିକା

ଭୁବନେଶ୍ୱର : ସମଗ୍ର ଦେଶରେ ଟିକାକରଣ ଯୋଜନାକୁ ତ୍ୱାରାନ୍ୱିତ କରିବା ପାଇଁ ଏବେ ଯୁଦ୍ଧସ୍ତରରେ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ସରକାର ଟିକା ନିର୍ମାତାମାନଙ୍କ ଠାରୁ କୋଭିଡ୍ ଟିକା ଡୋଜ୍ ପିଛା ୧୫୦ଟଙ୍କାରେ କିଣିବେ ଏବଂ ସମସ୍ତ ରାଜ୍ୟକୁ ତାହା ମାଗଣାରେ ଉପଲବ୍ଧ କରାଯିବ ବୋଲି ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଟିକା ନିର୍ମାତାଙ୍କ ଦ୍ୱାରା ମୁଲ୍ୟ ନିର୍ଦ୍ଧାରଣ ମାମଲାକୁ ନେଇ ବିବାଦ ସୃଷ୍ଟି ହେବାପରେ ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ ସ୍ଥିତି ସ୍ପଷ୍ଟ କରିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ହିଁ ଟିକା କ୍ରୟ ଏବଂ ସପୂର୍ଣ୍ଣ ମାଗଣାରେ ଯୋଗାଣ ପ୍ରକ୍ରିୟା ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଥିବାରୁ ଏହା ରାଜ୍ୟମାନଙ୍କ ପାଇଁ ଆଶ୍ୱସ୍ତି ଆଣିଛି ।

ଦେଶରେ ଏବେ କୋଭାକ୍ସିନ୍ ଏବଂ କୋଭିସିଲ୍‌ଡ ଟିକା ଦିଆଯାଉଛି ଏବଂ ଆଗକୁ ଏହି ପ୍ରକ୍ରିୟାରେ ବିଦେଶୀ ଟିକା ‘ସ୍ପୁଟ୍‌ନିକ୍ ଭି’ ସାମିଲ୍ ହେବ । ମେ’ ମାସ ଶେଷ ସୁଦ୍ଧା ସ୍ପୁଟ୍‌ନିକ୍ ସାମିଲ୍ ହେବ ବୋଲି ଜଣାପଡ଼ିଛି । ନିକଟରେ ସିରମ ଇନ୍‌ଷ୍ଟିିଚ୍ୟୁଟ୍ କୋଭିସିଲଡ୍ ଟିକାର ମୂଲ୍ୟ ଡୋଜ୍ ପିଛା ସରକାରଙ୍କ ପାଇଁ ୪୦୦ଟଙ୍କା ଏବଂ ଘରୋଇ ÷ହସ୍ପିଟାଲ୍ ପାଇଁ ୬୦୦ଟଙ୍କା ମୂଲ୍ୟ ରହିବ ବୋଲି ଘୋଷଣା କରିଥିବା ବେଳେ ଶନିବାର ଭାରତ ବାୟୋଟେକ୍ ପକ୍ଷରୁ କୋଭାକ୍ସିନ୍‌ର ନୂଆ ମୂଲ୍ୟ ଘୋଷଣା କରାଯାଇଛି । ରାଜ୍ୟମାନଙ୍କ ପାଇଁ ଏହି ଡୋଜ୍ ୬୦୦ଟଙ୍କା ଏବଂ ଘରୋଇ ହସ୍ପିଟାଲ୍ ପାଇଁ ୧୨ଶହ ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ କେନ୍ଦ୍ର ସରକାର ପୂର୍ବ ବୁଝାମଣା ମୁତାବକ ୧୫୦ଟଙ୍କାରେ ହିଁ ଟିକା କିଣିବେ ବୋଲି ଜଣାପଡ଼ିଛି । ସମସ୍ତ ରାଜ୍ୟକୁ ଏହା ମାଗଣାରେ ମିଳିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking