32.1 C
Bhubaneswar
Saturday, May 4, 2024
Homeକରୋନାତୃତୀୟ ପର୍ଯ୍ୟାୟ ଟିକାକରଣ ପୂର୍ବରୁ ରାଜ୍ୟମାନଙ୍କ ପାଇଁ କେନ୍ଦ୍ରର ନିର୍ଦ୍ଦେଶାବଳୀ

ତୃତୀୟ ପର୍ଯ୍ୟାୟ ଟିକାକରଣ ପୂର୍ବରୁ ରାଜ୍ୟମାନଙ୍କ ପାଇଁ କେନ୍ଦ୍ରର ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ : ମେ’୧ରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହି ତୃତୀୟ ପର୍ଯ୍ୟାୟରେ ୧୮ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦିଆଯିବ ବୋଲି କୁହାଯାଇଛି । ତୃତୀୟ ପର୍ଯ୍ୟାୟ ଟିକାକରଣ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହ ସଚିବ ରାଜେଶ ଭୁଷଣ ଶନିବାର ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । କେନ୍ଦ୍ର ସରକାର ରାଜ୍ୟମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ରାଜ୍ୟମାନଙ୍କ ଦ୍ୱାରା ସଠିକ୍ ସମୟରେ ସଠିକ୍ ତଥ୍ୟ ଅପ୍‌ଲୋଡ୍ କରିବା ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ସଚିବ ଗୁରୁତ୍ୱାରୋପ କରିଛନ୍ତି। କୌଣସି ଭୂଲ୍ ତଥ୍ୟ ସମଗ୍ର ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବ ବୋଲି ବୈଠକରେ କୁହାଯାଇଥିଲା । ତୃତୀୟ ପର୍ଯ୍ୟାୟ

ଟିକାରଣ ପୂର୍ବରୁ ରାଜ୍ୟମାନଙ୍କ ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ 

୧) ରାଜ୍ୟମାନେ ଅତିରିକ୍ତ ଡେିଡିକେଟେଡ୍ କୋଭିଡ୍ ହସ୍ପିଟାଲ ଚିହ୍ନଟ କରିବେ । ଏହା ସହିତ ଫିଲ୍ଡ ହସ୍ପିଟାଲ ପାଇଁ ସୁବିଧା ପ୍ରସ୍ତୁତ କରିବାକୁ ହେବ । ଉଭୟ ସରକାରୀ ଏବଂ ଘରୋଇସ୍ତରରେ ଏ ଦିଗରେ ତତ୍ପରତାର ସହ ପଦକ୍ଷେପ ନେବାକୁ ହେବ ।
୨) ଅକ୍ସିଜେନ୍ ସପୋର୍ଟ ବେଡ୍‌, ଆସିୟୁ ବେଡ୍ ବୃଦ୍ଧି ସହ ଅକି୍ସଜେନ୍ ଯୋଗାଣ ତ୍ୱାରାନ୍ୱିତ କରିବାକୁ ପଦକ୍ଷେପ ।
୩) ଆମ୍ବୁଲାନ୍ସ ସେବା ସୁଦୃଢ଼ କରିବା ସହ ରେୀଗୀମାନଙ୍କର ସଠିକ୍ ଚିକିତ୍ସା ପାଇଁ ଡାକ୍ତର ଏବଂ ନର୍ସମାନଙ୍କୁ ସଠିକ୍ ଟ୍ରେନିଂ ବ୍ୟବସ୍ଥା ।
୪) ବେଡ୍ ମଞ୍ଜୁରୀ ପାଇଁ କଲ୍ ସେଣ୍ଟର ଆଧାରିତ ସେବା ଆରମ୍ଭ କରିବାକୁ ନିର୍ଦ୍ଦେଶ ।
୫) ରାଜ୍ୟମାନେ କୋଭିଡ୍ ଚିକତ୍ସା ପାଇଁ ଘରୋଇ ହସ୍ପିଟାଲ୍‌କୁ ନିଜ ନିୟନ୍ତ୍ରଣକୁ ନେଇପାରିବେ ।
୬) ଲକ୍ଷଣବିହୀନ ଏବଂ ସାମାନ୍ୟ ଲ’ଣ ଥିବା ରୋଗୀଙ୍କୁ ଆଇସୋଲେସନ୍‌ରେ ରଖିବା ପାଇଁ କୋଭିଡ୍ କେୟାର ଫ୍ୟାସିଲିଟି ବୃଦ୍ଧି କରିବାକୁ ହେବ ।
୭) ଆବାଶ୍ୟକ ଅନୁଯାୟୀ ଅକ୍ସିଜେନ୍‌, ଭେଣ୍ଟିଲେଟର ଏବଂ ଆଇସିୟୁ ଉପଲବ୍ଧ ସୁନିଶ୍ଚିନ୍ତ କରିବାକୁ ହେବ ।
୮) ସିଏସ୍‌ଆର୍ ପାଣ୍ଠି ବ୍ୟବହାର କରି ଅସ୍ଥାୟୀ ହସ୍ପିଟାଲ୍ ଏବଂ ଅସ୍ଥାୟୀ ସେବା କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking