27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକୋରନା ଆମ ଧୈର୍ଯ୍ୟର ପରୀକ୍ଷା ନେଉଛି : ପ୍ରଧାନମନ୍ତ୍ରୀ ମୋଦୀ

କୋରନା ଆମ ଧୈର୍ଯ୍ୟର ପରୀକ୍ଷା ନେଉଛି : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୧ ଟା ସମୟରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶବାସୀଙ୍କୁ ସମ୍ବୋନ୍ଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ କୋରନାରେ ଲଢିବା ପାଇଁ ଓ ସକ୍ରଂମଣ ଠାରୁ ବଞ୍ଚିବା ପାଇଁ କରାଯାଇଥିବା ପ୍ରସ୍ତୁତି ଉପରେ ଚର୍ଚ୍ଚା କରିଛନ୍ତି । ସେ କହିଛନ୍ତି ଯେ, କୋରନା ସମସ୍ତଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛି । ଅନେକ ଲୋକ ନିଜ ପରିବାରକୁ ଅସମୟରେ ହରାଇଛନ୍ତି । କୋରନାରେ ଏହି ଦ୍ୱିତୀୟ ଲହରୀ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଛି । ପ୍ରଥମ ଲହରକୁ ଆମେ ସଫଳତାର ସହ ମୁକାବିଲା କରିଥିଲେ । ଆଉ ଏବେ ଦ୍ୱିତୀୟ ଲହର ବିରୁଦ୍ଧରେ ଆମର ଲଢେଇ ଜାରି ରହିଛି । ଏହି ଲଢେଇରେ ଡାକ୍ତର , ସ୍ୱାସ୍ଥ୍ୟକର୍ମୀ ସମସ୍ତେ ସାମିଲ ଅଛନ୍ତି ।

ଏହାସହ ସେ କହିଛନ୍ତି ଯେ, ଦେଶରେ ମାଗଣା ଟୀକାକରଣ ଅଭିଯାନ ଚାଲୁ ରହିବ । ତେଣୁ ଟୀକାକୁ ନେଇ କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । ‘ମନ କି ବାତ’ ରେ ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇର ଡାକ୍ତର ଶଶାଙ୍କ,ଶ୍ରୀନଗରର ଡାକ୍ତର ନାବିଦ, ରାୟପୁରରେ ଏକ ହସ୍ପିଟାଲର ନର୍ସ ଭାବନ ଧ୍ରୁବ, ଆମ୍ବୁଲାନ୍ସ ଚାଳକ ପ୍ରେମ ବର୍ମାଙ୍କ ସହ କଥା ହୋଇ କୋରନାର ଅନୁଭୂତି ପଚାରି ବୁଝିଥିଲେ ।

ଏହାସହ ପ୍ରଧାନମନ୍ତ୍ରୀ ଲ୍ୟାବ ଟେକ୍ନିସିଆନ,ଏବଂ ଆମ୍ବୁଲାନ୍ସ ଡ୍ରାଡଭରଙ୍କ ଭଳି ଆଗ ଧାଡିର କୋରନା କର୍ମଚାରୀଙ୍‌ଖ ସେବାକୁ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking