36.1 C
Bhubaneswar
Monday, May 6, 2024
Homeଓଡିଶାଏସଓପି ସହ ଖୋଲୁଛି ରାଜ୍ୟ ସଂଗ୍ରହାଳୟ

ଏସଓପି ସହ ଖୋଲୁଛି ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସଂଗ୍ରହାଳୟ ଖୋଲିବାକୁ ଅଗଷ୍ଟ ମାସ ଗାଇଡଲାଇନରେ ସରକାର ଘୋଷଣା କରିବା ପରେ ସମସ୍ତଙ୍କର ଏସଓପିକୁ ଅପେକ୍ଷା ରହିଛି । ଏ ଭିତରେ ଆସନ୍ତାକାଲିଠାରୁ ଖୋଲୁଛି ରାଜ୍ୟ ସଂଗ୍ରହାଳୟ । କରୋନା କଟକଣା ମାନି ସଂଗ୍ରହାଳୟକୁ ପର୍ଯ୍ୟଟକ ପ୍ରବେଶ କରିବେ । ୬ଫୁଟ ଦୂରତା ରଖି ପର୍ଯ୍ୟଟକମାନେ ବିଭିନ୍ନ ଗ୍ୟାଲେରୀ ବୁଲିବେ । ସେମାନେ ନିୟମ ମାନୁଛନ୍ତି କି ନାହିଁ ତାକୁ ତଦାରଖ କରିବା ପାଇଁ ସଂଗ୍ରହାଳୟର ଜଣେ କର୍ମଚାରୀଙ୍କୁ ନିୟୋଜିତ ରହିବେ । ବର୍ତ୍ତମାନ କଟକଣା ଯୋଗୁ ପ୍ରତି ଶନିବାର ଓ ରବିବାର ସଂଗ୍ରହାଳୟ ବନ୍ଦ ରହିବ । ସୋମବାରରୁ ଶୁକ୍ରବାର ଖୋଲା ରହିବ ବୋଲି ସଂଗ୍ରହାଳୟ ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ସୂଚନା ଦେଇଛନ୍ତି । ଏଥିସହିତ ପର୍ଯ୍ୟଟକମାନେ ଡବଲ୍ ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ନଚେତ୍ ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking