29.1 C
Bhubaneswar
Sunday, May 19, 2024
Homeଓଡିଶା୫ ତାରିଖରେ ଖୋଲିବ ସିନେମା ହଲ

୫ ତାରିଖରେ ଖୋଲିବ ସିନେମା ହଲ

ଭୁବନେଶ୍ୱର : ଆସନ୍ତା ୫ତାରିଖରେ ରାଜ୍ୟର ସମସ୍ତ ସିଙ୍ଗଲ୍ ସ୍କ୍ରିନ୍ ଓ ମଲ୍ଟି ସ୍କ୍ରିନଗୁଡ଼ିକ ଖୋଲିବ । ୫ ତାରିଖରେ ହଲ୍ ଚଲାଇବାକୁ ପ୍ରସ୍ତୁତ ହେଉଛୁ ବୋଲି କିଛି ହଲ୍ ମାଲିକ କହିଛନ୍ତି । ତା’ପୂର୍ବରୁ ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହଲ୍ ପରିସରକୁ ଭଲ ଭାବେ ସାନିଟାଇଜ୍ କରାଯିବ । ଅନ୍ୟପକ୍ଷରେ ମଲ୍ଟି ସ୍କ୍ରିନଗୁଡ଼ିକ ଖୋଲିବା ନେଇ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଖବର ଆସିପାରେ ବୋଲି ଆଇନକ୍ସ ଭବାନୀ ମଲ୍ ମ୍ୟାନେଜର କହିଛନ୍ତି । ତେବେ ୫ ତାରିଖ ଗୁରୁବାର ହଲ୍ ଖୋଲୁଥିଲା ବେଳେ ୬ ତାରିଖ ଶୁକ୍ରବାର ରହିଛି । ତେଣୁ ଫ୍ରାଇଡେ ରିଲିଜରେ ସମସ୍ତେ ନୂଆ ସିନେମାକୁ ଅପେକ୍ଷା କରି ବସିଛନ୍ତି । ଦୀର୍ଘଦିନ ହେବ ହଲ୍ ଯାଇନଥିବା ସିନେପ୍ରେମୀ ସେହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

 

ସୂଚନାଯୋଗ୍ୟ , ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ପୂର୍ବରୁ କିଛିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଗତ ୧୩ ଦିନ ହେଲା ସଂକ୍ରମଣ ୨ ହଜାର ତଳେ ରହୁଥିବା ଦେଖାଯାଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏହା ମଧ୍ୟରେ ଆଜି ୧୧୨୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୫୭ ଓ ସ୍ଥାନୀୟ ଅଞ୍ଚଳରୁ ୪୭୨ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୫୫ ଜଣ, ବାଲେଶ୍ୱରରୁ ୭୨ଜଣ, ବରଗଡ଼ରୁ ୩ ଜଣ, ଭଦ୍ରକରୁ ୬୦ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୪, କଟକରୁ ୧୩୫ ଜଣ, ଦେବଗଡ଼ରୁ  ୮ ଜଣ, ଢେଙ୍କାନାଳରୁ ୭ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୬୩ ଜଣ, ଯାଜପୁରରୁ ୪୮ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡିରୁ ୧ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୬୬ ଜଣ, କେଉଁଝରରୁ ୮ ଜଣ, ଖୋର୍ଦ୍ଧାରୁ ୩୮୮ ଜଣ, କୋରାପୁଟରୁ ୨ ଜଣ, ମାଲକାନଗିରିରୁ ୪ ଜଣ, ମୟୁରଭଞ୍ଜରୁ ୨୦ ଜଣ, ନବରଙ୍ଗପୁରରୁ ୫ ଜଣ, ନୟାଗଡ଼ରୁ ୨୦ ଜଣ, ନୂଆପଡ଼ାରୁ ୩, ପୁରୀରୁ ୪୮ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ୱଲପୁରରୁ ୧ ଜଣ, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୫ ଓ ଷ୍ଟେଟ ପୁଲରୁ ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୦ ହଜାର ୮୬୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୬୦ ହଜାର ୩୮୬ ରହିଥିବା ବେଳେ ୧୪ ହଜାର ୩୨୫ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking