29.1 C
Bhubaneswar
Saturday, April 27, 2024
Homeଓଡିଶାକ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ

କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର : ଆଜି ବସିଥିବା କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥର ରାଜ୍ୟ କିମ୍ବା ଜିଲ୍ଲା ସ୍ତରୀୟ ପରୀକ୍ଷା ଓଡ଼ିଆ ଏବଂ ଇଂରାଜୀ ଭାଷାରେ କରାଯିବ। ପୂର୍ବରୁ ଓଡିଆ ଏବଂ ଇଂରାଜୀରେ ପ୍ରଶ୍ନ ଥିଲେ ମଧ୍ୟ ଛାତ୍ରଛାତ୍ରୀମାନେ ଇଂରାଜୀରେ ଉତ୍ତର ଦେଉଥିଲେ। ଓଡ଼ିଶା ସର୍ଭିସ ରୁଲରେ ପରିବର୍ତ୍ତନ କରାଯାଇଛି। ପରୀକ୍ଷାର୍ଥୀମାନେ ଲିଖିତ ଏବଂ ମୌଖିକ ପରୀକ୍ଷା ଓଡ଼ିଆରେ ଏବଂ ଚାହିଁଲେ ଇଂରାଜୀରେ ଦେଇପାରିବେ। ଗ୍ରାମାଞ୍ଚଳରେ ଓଡ଼ିଆ ମିଡିଅମରେ ପଢୁଥିବା ଚାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହୋଇପାରିବେ। କ୍ୟାବିନେଟ ବୈଠକର ୮ଟି ନିଷ୍ପତ୍ତି ମଧ୍ୟରୁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଲା ଏଣିକି ଗ୍ରାଜୁଏଟ ଲେଭଲ ପରୀକ୍ଷା ଗୁଡ଼ିକୁ ଏକତ୍ର ଗୋଟିଏ ପରୀକ୍ଷା କରାଯିବ। ପୂର୍ବରୁ ଅଲଗା ଅଲଗା ପରୀକ୍ଷା ହେଉଥିବା ବେଳେ ଏଥିରେ ପରୀକ୍ଷାର୍ଥୀଙ୍କର ସମୟ ଅପଚୟ ହେଉଥିଲା ଏବଂ ଅଲଗା ଅଲଗା ଆବେଦନ କରିବାକୁ ପଡୁଥିଲା। କ୍ୟାବିନେଟ ବୈଠକରେ ଏହାକୁ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ହୋଇଛି। ସଚିବ ସ୍ତରରେ ଆଉ ୧୨୦ ପଦବୀ ସୃଷ୍ଟି ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ୩୫୯ରୁ ଏହାକୁ ୪୭୯ କୁ ବୃଦ୍ଧି କରାଯାଇଛି। ସେହିପରି ଧାନ ସଂଗ୍ରହ ନେଇ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ଅନୁଯାୟୀ ୨୦୨୨-୨୩ ଧାନ ସଂଗ୍ରହ ନୀତିକୁ ମଞ୍ଜୁରୀ ଦିଆଯାଇଛି। ଏହା ଅନୁଯାୟୀ ଏହି ବର୍ଷ ସର୍ବନିମ୍ନ ସହାୟକ ମୂଲ୍ୟରେ ୭୧ ଲକ୍ଷ ମେଟ୍ରିକ ଟନ ଦାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ବାରା ୪୮ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରାଯାଇପାରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking