38.1 C
Bhubaneswar
Wednesday, May 1, 2024
Homeଓଡିଶାନବୀନଙ୍କୁ ସତର୍କ କରାଇଲେ ଶ୍ରୀକାନ୍ତ,ନିଷ୍ପତ୍ତି ନ ବଦଳାଇଲେ ପରିଣତି ଭୟଙ୍କର ହୋଇପାରେ

ନବୀନଙ୍କୁ ସତର୍କ କରାଇଲେ ଶ୍ରୀକାନ୍ତ,ନିଷ୍ପତ୍ତି ନ ବଦଳାଇଲେ ପରିଣତି ଭୟଙ୍କର ହୋଇପାରେ

ଭୁବନେଶ୍ୱର : ବରିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏକ ଭିଡିଓ ଜାରିକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସତର୍କ କରାଇ ଦେଇଛନ୍ତି | ସରପଞ୍ଚମାନଙ୍କ ସହ ଆଲୋଚନା ବେଳେ ରାଜ୍ୟ ବାହାରେ ଥିବା ଲୋକଙ୍କ ଫେରିବା ସମ୍ପର୍କରେ ଯେଉଁ ସରକାରୀ ନିଷ୍ପତ୍ତି ଜଣାଇ ସହାୟତା ଲୋଡିଛନ୍ତି ତାହା ଦ୍ୱାରା ପରିଣତି ଭୟଙ୍କର ହେବ | ଏଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ନିଷ୍ପତ୍ତି ବଦଳାନ୍ତୁ |
ଶ୍ରୀ ଜେନା କହିଛନ୍ତି ସରପଂଚମାନଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ କ୍ଷମତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କ ସହ ଭିଡିଓ ମାଧ୍ୟମରେ କଥା ହୋଇଛନ୍ତି । ଓଡିଶା ବାହାରେ ଯେଉଁ ଶ୍ରମିକ ଓ ଅନ୍ୟ ଲୋକମାନେ ଅଛନ୍ତି, ସେମାନେ ଗାଁ’କୁ ଫେରିଲେ ସେମାନଙ୍କ ରେଜିଷ୍ଟେସନ୍ ‌କରାଇବେ ଓ କ୍ୱାରେଣ୍ଟାଇନ୍‌ରେ ରଖିବେ ଏବଂ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା ମଧ୍ୟ କରିବେ । ଏହାକହିବା ପଛରେ ମହତ ଉଦ୍ଦେଶ୍ୟହେଲା ଯଦି ସେମାନଙ୍କ ଭିତରୁ କେହି ପଜେଟିଭ୍ ଥିବେ ତା’ ହେଲେ ସେ ଅନ୍ୟମାନଙ୍କ ସହ ମିଶିପାରନ୍ତି,ସେ ଦୃଷ୍ଟିରୁ ସେମାନଙ୍କୁ ଅଲଗା ରଖାଯିବ | ଏପରିକି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ, ଭଲ କଥା ।ସରପଂଚ ଆନନ୍ଦରେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । କିନ୍ତୁ ମୂଳ ପ୍ରଶ୍ନଟି ହେଉଛି ଯେଉଁମାନେ ଆସିବେ, ସେମାନେ ଗାଡ଼ିଚାଲିଲେ, ଉଡ଼ାଯାହାଜ ଚାଲିଲେ,ଟ୍ରେନ୍‌ ଚାଲିଲେ ଆସିବେ | ହେଲେ ସେମାନେ ଗାଁ’କୁ ଗଲାବେଳେ ବିଭିନ୍ନ ଲୋକମାନଙ୍କ ସହ ମିଶିବେ | ଗାଁ’ ରେ ପହଂଚିଲେ ସିନା କ୍ୱରେଣ୍ଟାଇନ୍‌କୁ ଯିବେ, କିନ୍ତୁ ବାଟରେ ଗଲାବେଳେ କେଉଁଠି ଚା’ ପିଇବେ ଜଳଖିଆ ଖାଇବେ, ଯଦି ତାଙ୍କ ଭିତରେ କେହି କରୋନା ପଜିଟିଭ ଥାଆନ୍ତି ତା’ ହେଲେ ଅନ୍ୟମାନଙ୍କର ସଂସ୍ପର୍ଶରେ ଆସିଲେ ବହୁ ଅସୁବିଧା ହେବ । ତେଣୁ ଏଣ୍ଟ୍ରି ପଏଣ୍ଟରେ ସେମାନଙ୍କୁ ଅଟକାଯାଉ ଓ ସେହି ପ୍ରବେଶ ପଥରେ ମେଗା କ୍ୱାରେଣ୍ଟାଇନ୍‌ ସେଣ୍ଟରକରାଯାଉ । ସେଠି ସେମାନଙ୍କୁ ରଖି ସ୍କ୍ରିନଂ କରାଯାଉ । ଯଦି କାଁ ଭାଁ କେହି ଗଳାବାଟରେ ଯାଆନ୍ତି ସେମାନଙ୍କୁ ଜଗି କ୍ୱାରେଣ୍ଟାଇନ୍‌ରେ ରଖାଯାଉ । କିନ୍ତୁ ଯେଉଁ ଲୋକ ଆସିବେ ବାହାରୁ ସେମାନଙ୍କ ପାଇଁ ଏଣ୍ଟ୍ରି ପଏଣ୍ଟରେ ବଡ଼ ଆକାରରେ କ୍ୱରେଣ୍ଟାଇନ୍‌ର ବ୍ୟବସ୍ଥାକରି ସେ ହାଇୱେ ହେଉ କି ଷ୍ଟେସନ୍‌ ହେଉ କି ଅନ୍ୟ ପଡ଼ିଆ ହେଉ ସେଠାରେ ରଖାଯାଉ | ଏହାଦ୍ୱାରା ଆମେ ୯୫%କୁ ଅଟକାଇ ଦେଇ ପାରିବା । ଗାଁରେ ପହଂଚିବା ପୂବରୁ ସେମାନେ କ୍ୱାରେଣ୍ଟାଇନରେ ‌ ରହିସାରିଥିବେ ଓ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ହୋଇଥିବ । କଲେକ୍ଟର, ଆରଡିସି, ସେକ୍ରେଟେରି ଭୁବନେଶ୍ୱର ଯେଉଁମାନେ ଅଛନ୍ତି ସେମାନଙ୍କୁ ଏହି ଦାୟିତ୍ୱ ଦିଆଯାଇପାରନ୍ତା । ଏ ସମ୍ପର୍କର ରାଜ୍ୟ ସରକାର ତୁରନ୍ତ ଚିନ୍ତା କରନ୍ତୁ ବୋଲି ଶ୍ରୀ ଜେନା ସତର୍କ କାରାଇଦେଇଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking