31.1 C
Bhubaneswar
Saturday, April 20, 2024
HomeUncategorizedଅକ୍ଷୟ ତୃତୀୟା ଦିନ କଣ କରିଲେ ଶୁଭ ହୋଇଥାଏ

ଅକ୍ଷୟ ତୃତୀୟା ଦିନ କଣ କରିଲେ ଶୁଭ ହୋଇଥାଏ

ଭୁବନେଶ୍ୱର: ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳନ ହୁଏ ଅକ୍ଷୟ ତୃତୀୟା । ଏହାକୁ ଅଖା ତୀଜ୍ ମଧ୍ୟ କୁହାଯାଏ । ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରାଯାଏ । ମାନ୍ୟତା ରହିଛି ଯେ, ଏପରି କଲେ ଧନ ସଂପଦରେ ଅକ୍ଷୟ ବୃଦ୍ଧି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଦିନ ଆମେ କଣ କରିବା ଉଚିତ ଓ ଅନୁଚିତ । ଏହି ଦିନରେ ଦାନ କରିବା ଦ୍ୱାରା ଅନେକ ଶୁଭ ହୋଇଥାଏ । ଧର୍ମିକ ମାନ୍ୟତା ଅନୁସାରେ, ଦାନ ଦେବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତ ହୋଇଥାଏ । ସେଥିପାଇଁ ନିଜକ୍ଷମତା ଅନୁସାରେ, ଦାନ କରିବା ଉଚିତ । ଏହିଦିନ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍‌ମୀଙ୍କ ଭଲଭାବେ ପୂଜାର୍ଚ୍ଚନା କରିବା ଉଚିତ । ଏହିଦିନ ସକାଳୁ ସ୍ନାନ ସାରିବା ପରେ ଘରେ ଥିବା ଠାକୁରଙ୍କ ପାଖରେ ଦୀପ ଲଗାନ୍ତୁ । ଏହାସହ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍‌ମୀଙ୍କୁ ସ୍ମରଣ କରନ୍ତୁ । ଏହାକୁ ବାଦ ହେଲେ ଏହି ଦିନ ଭାଗବାନଙ୍କ ନିକଟରେ ନିଜ ଇଚ୍ଛା ଅନୁସାରେ ଭୋଗ ଚଢାଇବା ଉଚିତ । ତେବେ ଭୋଗ ଲଗାଇବା ସମୟରେ ଏହି କଥା ଉପରେ ଧ୍ୟାନ ଦିଆଯିବା ଉଚିତ କି ତାହା ସଂପୂଣ୍ଣ ସାତ୍ୱିକ ହେବା ଦରକାର । ଭୋଗ ଲାଗିବା ପରେ ସେଥିରୁ କିଛି ଗାଇକୁ ଖାଇବାକୁ ଦିଅନ୍ତୁ ଏବଂ ବାକି ସବୁ ଭୋଗକୁ ପରିବାର ମଧ୍ୟରେ ବାଣ୍ଟିଦିଅନ୍ତୁ । ଏହିଦିନ ବାଦ ବିବାଦ ଓ କଳି ଝଗଡାରୁ ଦୂରେଇ ମନକୁ ଶାନ୍ତ ରଖି କେବଳ ଭଗବାନଙ୍କୁ ସ୍ମରଣ କରିବା ଉଚିତ । ଏହି ଦିନ ଆମିଷ ଭୋଜନ ନ କରି ନିରାମିଷ ବୋଜନ କରିବା ଉଚିତ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking