39.8 C
Bhubaneswar
Thursday, April 18, 2024
HomeUncategorizedଅକ୍ଷୟ ତୃତୀୟା ଦିନ ପୂଜାରେ ସାମିଲ କରନ୍ତୁ ଏହି ଜିନିଷ , ହେବ ଧନର ବର୍ଷା

ଅକ୍ଷୟ ତୃତୀୟା ଦିନ ପୂଜାରେ ସାମିଲ କରନ୍ତୁ ଏହି ଜିନିଷ , ହେବ ଧନର ବର୍ଷା

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଷୟ ତୃତୀୟା ୨୬ ତାରଖ ରବିବାରରେ ପଡୁଛି । ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳନ ହୁଏ ଅକ୍ଷୟ ତୃତୀୟା । ଏହାକୁ ଅଖା ତୀଜ୍ ମଧ୍ୟ କୁହାଯାଏ । ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁଙ୍କର ପୂଜା କରାଯାଏ । ତେବେ ଧାର୍ମିକ ମାନ୍ୟତା ଅନୁସାରେ, ଏହି ଦିନର ଅନେକ ମହତ୍ତ୍ୱ ରହିଛି । ଏହି ଦିନ ଆରମ୍ଭ କରିଥିବା ସମସ୍ତ କାମ ସଫଳ ହିଁ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଏହାସହ ଏହିଦିନ କିଣାକିଣି କରିବାକୁ ମଧ୍ୟ ଶୁଭ ବୋଲି ଧରାଯାଏ । ଅନେକ ଲୋକ ଏହିଦିନ ସୁନା, ରୂପା, ଯାନବାହନ କ୍ରୟ କରିଥାନ୍ତି । ଏଭଳି ବିଶ୍ୱାସ ରହିଛି ଯେ, ଏହିଦିନ ସୁନା କିଣିବା ଅର୍ଥ ଘରକୁ ମା ଲକ୍ଷ୍‌ମୀ ଙ୍କ ଆଗମନ ହେବା । ହେଲେ ବର୍ତ୍ତମାନ ସମଗ୍ର ଦେଶରେ ଲକ ଡାଉନ ହେତୁ ଚଳିଚ ଅକ୍ଷୟ ତୃତୀୟାରେ ଏସବୁ କରିବା ସମ୍ଭବପୁର ନୁହେଁ । ହେଲେ ଆମେ ଆପଣଙ୍କୁ ଏପରି କିଛି କଥା କହିବୁ ଯାହାକୁ ଆପଣ ପୂଜାରେ ସାମିଲ କରିବା ପରେ ତାହା ସୁନା କିଣିବା ସହ ସମାନ ହୋଇଥାଏ । ମ୍ର୍‌ିକ କଥା ଅନୁସାରେ, ମାଟି ମଧ୍ୟ ସୁନା ସହ ସମାନ ହୋଇଥାଏ । ଏହିଦିନ ଆପଣ ଘରେ ମୌସୁମୀ ଫଳ ନିହାତି ଭାବରେ ରଖନ୍ତୁ । ପୂଜାରେ ଏହି ଫଳକୁ ନିହାତି ସାମିଲ କରନ୍ତୁ ଆଉ ଭଗବାନଙ୍କ ନିକଟରେ ଭୋଗ ମଧ୍ୟ ଚଢାନ୍ତୁ । ଏହାଛଡା ସୈନ୍ଧବ ଲୁଣ ମଧ୍ୟ ଘରେ ରଖନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking