28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପିଲା କଳିରୁ ରକ୍ତାକ୍ତ ପରିସ୍ଥିତି

ପିଲା କଳିରୁ ରକ୍ତାକ୍ତ ପରିସ୍ଥିତି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବୋରି ଗାଁ ରେ ଆଜି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗାଁ ର ସରୋଜିନୀ ପାଇକରା ଓ ଚିତ୍ରସେନ ରାଉତରା ପାଖ ପଡ଼ୋଶୀ। କୌଣସି କାରଣରୁ ଦୁଇ ପରିବାର ମଧ୍ୟରେ ଶତ୍ରୁତା ରହି ଆସିଥିଲା । ଆଜି ଦୁଇ ପରିବାର ମଧ୍ୟରେ ପିଲା କଳିକୁ ନେଇ ରକ୍ତାତ ହେଲାଭଳି ପରିସ୍ଥିତି ଉପୁଜିଥିଲା । ସରୋଜିନୀ ପାଇକରା ଯେକି ଜଣେ ବିଧବା ସ୍ତ୍ରୀ ଲୋକ ହୋଇଥିବା ବେଳେ ଗୋଟେ ପୁଅ ,ସେମଧ୍ୟ ବାହାରେ ରୁହନ୍ତି ।ଏବଂ ଗୋଟିଏ ଝିଅ ଯାହାର ବାହାଘର ସରିଥିଲେ ମଧ୍ୟ ଆଜି ଝଗଡା ସମୟରେ ସେ ତାଙ୍କ ମାଙ୍କ ଘର ବୋରି ଗାଁ ରେ ଉପସ୍ଥିତ ଥିଲେ । ତେବେ ଉକ୍ତ ପରିବାର ମଧ୍ୟରେ ଆଜି ପ୍ରଥମେ ପିଲା କଳିକୁ ନେଇ ଯୁକ୍ତିତର୍କ ଓ ପରେ ରକ୍ତାତ ହେଲା ଭଳି ପରିସ୍ଥିତି ଉପୁଜି ଥିଲା । ଚିତ୍ରସେନ ରାଉତରା ଓ ତାଙ୍କ ପତ୍ନୀ ବବିତା ରାଉତରା ରାଗରେ ଉତକ୍ଷିପ୍ତ ହୋଇ ମାରଣାସ୍ତ୍ର ଧରି ସରୋଜିନୀ ଙ୍କୁ ଆକ୍ରମଣ କରି ରକ୍ତାତ କରିଦେଇଥିଲେ । ଆକ୍ରମଣ ଶିକାର ହୋଇଥିବା ସରୋଜିନୀ ଙ୍କ ପରିବାର ତରଫରୁ ଏ ବାବଦରେ ବାଣପୁର ଥାନା ରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ଏହାର ତଦନ୍ତ ଚଳାଇଛି । ତେବେ ସରୋଜିନୀ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ମେଡ଼ିକାଲକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking