27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମୃତ ମହିଳା ଜୀବିତ; କୋଭିଡ ହସ୍ପିଟାଲର ତ୍ରୁଟିକୁ ନେଇ ବିବାଦୀୟ ପରିସ୍ଥିତି

ମୃତ ମହିଳା ଜୀବିତ; କୋଭିଡ ହସ୍ପିଟାଲର ତ୍ରୁଟିକୁ ନେଇ ବିବାଦୀୟ ପରିସ୍ଥିତି

ମୟୁରଭଞ୍ଜ: ମୃତ ଘୋଷିତ ମହିଳା ଜୀବିତ। କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଜୀବିତ ମହିଳାଙ୍କୁ ମୃତ ଘୋଷଣା କାରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ବାଙ୍କିଷୋଳ କୋଭିଡ ହସ୍ପିଟାଲ ବିରୋଧରେ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିସଦ 12ନଂ ୱାର୍ଡ ଈଛିଣ୍ଡା ଅଂଚଳର ଜଣେ ମହିଳା ଗତ 7ତାରିଖ କୋରନା ପୋଜେଟିଭ ଜଣାପଡିବା ପରେ ତାଙ୍କୁ ବାରିପଦା ସ୍ଥିତ ବାଙ୍କୀଷୋଳ କୋଭିଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଜାରୀ ରହିଥିବା ବେଳେ 8ତାରିକ ଦିନ ଦେଢ଼ଟା ସମୟରେ କୋରନାରେ ସମ୍ପୃକ୍ତ ମହିଳାଙ୍କର ମୃତ୍ୟ ଘଟିଥିବା ମେଡିକାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ। ହେଲେ ମେଡିକାଲରୁ ଫୋନ ଯୋଗେ ଜାଣିବାପରେ ମୃତ୍ୟୁ ଘଟିଥିବା ମହିଳାଙ୍କ ମୃତ୍ୟୁ ସମ୍ପର୍କିତପ୍ରମାଣ ମାଗିଥିଲେ ପରିବାର ଲୋକ। ହେଲେ କର୍ତ୍ତୃପକ୍ଷ ସମ୍ପୃକ୍ତ ପରିବାରକୁ ମୃତ୍ୟ ଘଟିଥିବା କହି କୌଣସି ପ୍ରମାଣନଦେଇ ଫୋନ ରଖିଦେଇଥିଲେ।ସେପଟେ ପରିବାର ଲୋକ ମହିଳାଙ୍କ ମୃତ୍ୟ ଖବରକୁ ବିଶ୍ୱାସ କରି ରୀତିନୀତି ଅନୁସାରେ ଶୁଦ୍ଧିକ୍ରିୟା କରିବା ନେଇ ପ୍ରସ୍ତୁତ ହୋଇଥିଲେ। ମାତ୍ର ଗତକାଲି ଶୁଦ୍ଧିକ୍ରିୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଥିବା ବେଳେ କୋଭିଡ ହସ୍ପିଟାଲର କର୍ମଚାରୀଙ୍କ ଠାରୁ ଫୋନ ଯୋଗେ ଜାଣିବାକୁ ପାଇଥିଲେ ମହିଳାଙ୍କର ମୃତ୍ୟୁ ହୋଇନାହିଁ ସେ ଜୀବିତ ଅଛନ୍ତି। ପରେ ପରିବାର ଲୋକ ଶୁଦ୍ଧିକ୍ରିୟା ନକରି କୋଭିଡ ହସ୍ପିଟାଲ ଫାଟକ ନିକଟରେ ଗତକାଲି ସନ୍ଧ୍ୟାରେ ପହଂଚିବା ପରେ କର୍ତ୍ତୃପକ୍ଷ କୌଣସି ଉତ୍ତର ଦେଇନଥିଲେ ଫଳରେ ରୋଗୀ ସମ୍ପର୍କୀୟ ଏବଂ ମେଡିକାଲ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ସେହିପରି ବାରିପଦା ଅଂଚଳର ଜଣେ ବୃଦ୍ଧ କୋରନା ପଜେଟିଭ ଜଣାପଡିବା ପରେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହୋଉଥିଲେ । କିନ୍ତୁ ସମ୍ପୃକ୍ତ ବୃଦ୍ଧଙ୍କର ଦେହଭଲ ନ ହେବାରୁ ପରିବାର ଲୋକ 5ଦିନ ତଳୁ ଭୁବନେଶ୍ୱରେ ନେଇ ଚିକତ୍ସା କରିବାକୁ ମେଡିକାଲ କର୍ତ୍ତୃପକ୍ଷକୁ ଅବଗତ କରାଇଥିଲେ। ହେଲେ ବୃଦ୍ଧଙ୍କର ଚିକତ୍ସା ଅବହେଳାରୁ ମୃତ୍ୟ ଘଟିଥିବା ଅଭିଯୋଗ ଆଣିବା ସହ ମେଡିକାଲ କର୍ତ୍ତୃପକ୍ଷ ରୋଗୀଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହିଥିଲା , ଏମିତିକି ମେଡିକାଲ ଗେଟକୁ ଗୋଇଠା ମାରିଥିବା ଦେଖିବାକୁ ମିଳିଥିଲା । ସେପଟେ ସମସ୍ୟାକୁ କେନ୍ଦ୍ରକରି ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁ, ପରିପଦା ଉପଖଣ୍ଡ ପୋଲିସ ଅଧିକାରୀ କେ. କେ. ହରିପ୍ରସାଦ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ସେପଟେ ସମସ୍ୟାକୁ ସମାଧାନ ସାଙ୍ଗକୁ ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଥିଲା। ତେବେ ସରକାର କୋଭିଡ କେୟାର ହସ୍ପିଟାଲରେ ସବୁ ଠିକ ଚାଲିଥିବା କହୁଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ କାହିଁକି ରୋଗୀ ସମ୍ପର୍କୀୟଙ୍କୁ ସହଯୋଗ କରୁନାହାନ୍ତି ସେନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଅନ୍ୟପଟେ ଆମ୍ଭେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ପତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ତଥା ସ୍ପର୍ଶକାତର ଘଟଣା ଏଡ଼ାଇଯିବା ପ୍ରସଙ୍ଗକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିବା ସହିତ ଦାୟିତ୍ବହୀନ ଭାବେ ନିରୀହ ଲୋକଙ୍କୁ ହଇରାଣ କରାଯିବାକୁ ଗ୍ରହଣ କରି ପାରୁନାହାନ୍ତି । ସେହିଭଳି ସରକାରୀ ବ୍ୟବସ୍ଥା ସାଙ୍ଗକୁ କୋଭିଡ ହସ୍ପିଟାଲ ଉପରେ ନିରୀହ ଲୋକମାନେ ଆସ୍ଥା ପ୍ରକଟ କରୁଥିବା ବେଳେ ଏଭଳି ଖାମାଖିଆଲି ପଦକ୍ଷେପକୁ ନାପସନ୍ଦ କରୁଛନ୍ତି । ବିଶ୍ଵ ମହାମାରୀ ସାଜି ଦିନକୁଦିନ କାୟା ବିସ୍ତାର କରୁଥିବା କରୋନାକୁ ନେଇ ଗାଁ ଠୁ ସହର ସବୁଠି ଗୋଟେ ଭୟର ବାତାବରଣ ଲାଗିରହିବା ସହିତ ସଂକ୍ରମିତଙ୍କ ପରିବାର କୋଭିଡ ଡାକ୍ତରଖାନା କତ୍ତୃପକ୍ଷଙ୍କ ଉପରେ ଅନ୍ଧ ଭାବେ ବିଶ୍ୱାସ ସ୍ଥାପନ କରୁଥିଲେ ମଧ୍ୟ ଏଭଳି ଦାୟିତ୍ବହୀନ ଖବର ପ୍ରେରଣକୁ ନେଇ ହସ୍ପିଟାଲ କତ୍ତୃପକ୍ଷ ଏବେ ସନ୍ଦେହ ଘେରରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking