38.1 C
Bhubaneswar
Friday, April 26, 2024
Homeଓଡିଶାଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର ଅଭିଯୋଗକୁ ନେଇ ମାମଲା ରୁଜୁ, ଖେଳ ଶିକ୍ଷକ ଥାନାରେ ଅଟକ

ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର ଅଭିଯୋଗକୁ ନେଇ ମାମଲା ରୁଜୁ, ଖେଳ ଶିକ୍ଷକ ଥାନାରେ ଅଟକ

ମୟୁରଭଞ୍ଜ: ଖେଳଶିକ୍ଷକଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ଅଭିଯୋଗ ଆଣିଲେ ଜନୈକା ଛାତ୍ରୀ।ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରି ଏବେ ହରଡ଼ଘଣାରେ ଖେଳଶିକ୍ଷକ। ଅଜ୍ଞାନ ରୂପକ ଅନ୍ଧକାର ମଧ୍ୟରୁ ଜ୍ଞାନର ଆଲୋକ ଦେଖାଇବାର ଗୁରୁଦାୟିତ୍ୱ ଶିକ୍ଷକଙ୍କ ଉପରେ ନ୍ୟସ୍ତ। ଆଉ ଜ୍ଞାନର ଆଲୋକରେ ଆଲୋକିତ ହୋଇ ଭଲମଣିଷ ହେବା ସହିତ ସାମାଜିକ ଶୃଙ୍ଖଳା ସାଙ୍ଗକୁ ଶିକ୍ଷା ରୂପକ ଜ୍ଞାନ ଅର୍ଜନ ଲକ୍ଷ୍ୟରେ ନିଜ ନିଜ ପିଲାଙ୍କୁ ସ୍କୁଲ ପଠାଇଥାନ୍ତି ଅଭିଭାବକ ବାପାମାଆ। ହେଲେ କିଛି ମାନସିକ ବିକୃତ ଚିନ୍ତାଧାରାରେ ଆକ୍ରାନ୍ତ ଶିକ୍ଷକ ଅଭିଭାବକଙ୍କ ଭରସା ଓ ବିଶ୍ୱାସ ହରାଉଛନ୍ତି ଏବଂ ବଦନାମ ହେଉଛନ୍ତି ଦେବତା ତୁଲ୍ୟ ଶିକ୍ଷକ। ଆଜିବି ସମାଜରେ ପ୍ରଚଳିତ ରହିଛି “ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ,ଗୁରୁଦେବ ମହେଶ୍ବର, ଗୁରୁଦେବ ପରମବ୍ରହ୍ମ ତସମ୍ମେଇ ଶ୍ରୀ ଗୁରୁବୈ ନମଃ” ର ପ୍ରାସଙ୍ଗିକତା ଅତୁଟ ରହିଛି।

ଏଭଳି ପରିସ୍ଥିତିରେ ବିକୃତ ମାନସିକତା ରଖୁଥିବା ଶିକ୍ଷକଙ୍କୁ ବାଛନ୍ଦ କରି ଶିକ୍ଷା ବ୍ୟବସ୍ଥାରୁ ଦୂରେଇ ରଖିବା ପାଇଁ ଶିକ୍ଷକସମାଜ ଦାବି ଉଠାଇବାର ଆବଶ୍ୟକତା ଦେଖାଦେଇଛି ବୋଲି ଆଲୋଚନା ହେଉଛି। ତେବେ ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ଭୁଲିଯାଇ ବିକୃତ ମାନସିକତାର ଶିକାର ଖେଳଶିକ୍ଷକ ଜନୈକା ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ସମ୍ବେଦନଶୀଳ ତଥା ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଥିବା ଶ୍ରୀପଦ୍‌ଗଞ୍ଜ ହାଇସ୍କୁଲରେ। ଏହି ସ୍କୁଲର ଖେଳଶିକ୍ଷକ ଜନୈକା ଛାତ୍ରୀଙ୍କୁ ଆଶାଳୀନ ବ୍ୟବହାର କରିଥିବା ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ତେବେ ଏଭଳି ବ୍ୟବହାରରେ ଅତିଷ୍ଠ ଛାତ୍ରୀ ପରିବାରରେ ଜଣାଇଥିଲେ। ଘଟଣାରୁ ପ୍ରକାଶ, ଉକ୍ତ ସ୍କୁଲର ଜନୈକା ଛାତ୍ରୀକୁ ଖେଳଶିକ୍ଷକ ପ୍ରଦୀପ ମହାନ୍ତ ଖରାପ୍ ବ୍ୟବହାର ପ୍ରଦର୍ଶନ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଶିକ୍ଷକଙ୍କୁ ପଚରାଉଚୁରା କରାଯାଇଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଫଳରେ ଅସନ୍ତୁଷ୍ଟ ହୋଇ ପିଡ଼ିତା ଛାତ୍ରୀଙ୍କ ପରିବାର ଟାଉନ ଥାନାକୁ ଖବର ଦେଇଥିଲେ । ଖବରପାଇ ବାରିପଦା ଟାଉନ ଥାନା ପୋଲିସ ସ୍କୁଲରେ ପହଞ୍ଚି ଖେଳଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖିବା ସହ ତଦନ୍ତ କରୁଥିବା ଜଣାଯାଇଛି । ଅନ୍ୟପଟେ ଅଭିଯୋଗଭିତ୍ତିରେ ବାରିପଦା ଟାଉନ ଥାନାରେ ୭୯୯/୨୨ ନଂ ମାମଲା ରୁଜୁ ହେଇଥିବାବେଳେ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking