29.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏମିତି ଏକ ଶିବ ମନ୍ଦିର, ଯାହା କେବଳ ମହାଶିବରାତ୍ରୀରେ ଖୋଲାଯାଏ ….

ଏମିତି ଏକ ଶିବ ମନ୍ଦିର, ଯାହା କେବଳ ମହାଶିବରାତ୍ରୀରେ ଖୋଲାଯାଏ ….

ନୂଆଦିଲ୍ଲୀ : ଆମ ଦେଶ ତଥା ଅନ୍ୟ କେତେକ ଦେଶରେ ଦେବ ଦେବ ମହାଦେବଙ୍କର ବହୁ ମନ୍ଦିର ଅଛି। ସେଥି ମଧ୍ୟରୁ ପ୍ରାୟ ଶୈବପୀଠ ବର୍ଷସାରା ଖୋଲା ରହୁଥିବାବେଳେ, ଆଉ କେତେକ ମାତ୍ର କିଛି ମାସ ପାଇଁ ଖୋଲାହୁଏ । କିନ୍ତୁ, ମଧ୍ୟପ୍ରଦେଶରେ ମହାଦେବଙ୍କର ଏପରି ଏକ ମନ୍ଦିର ଅଛି, ଯାହା କେବଳ ମହାଶିବରାତ୍ରୀରେ ଖୋଲିଥାଏ। ମଧ୍ୟପ୍ରଦେଶର ରାୟସେନ୍ ଜିଲ୍ଲାରେ ଭଗବାନ ଶିବଙ୍କର ଏକ ପୁରାତନ ମନ୍ଦିର ଅଛି, ଯାହା ସୋମେଶ୍ବର ମହାଦେବ ମନ୍ଦିର ନାମରେ ପ୍ରସିଦ୍ଧ । ଏହା ରାୟସେନର ପ୍ରାଚୀନ ଦୁର୍ଗ ପରିସରରେ ଏକ ଉଚ୍ଚ ପର୍ବତରେ ଉପରେ ଅବସ୍ଥିତ । ଭଗବାନ ସୋମେଶ୍ବର ମହାଦେବଙ୍କ ଦର୍ଶନ ଅତ୍ୟନ୍ତ ଦୁର୍ଲଭ ବୋଲି କୁହାଯାଏ ।

ଏହି ମନ୍ଦିର ବିଶେଷତ୍ବ ହେଉଛି ଯେ, ବର୍ଷକୁ ଥରେ ମାତ୍ର ଏହାର ମୁଖ୍ୟ କବାଟ ଖୋଲାଯାଏ । ମହାଶିବରାତ୍ରୀ ଦିନ ସକାଳ ଛଅଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ମନ୍ଦିର ଖୋଲା ରୁହେ। ପ୍ରଶାସନିକ ଏବଂ ପ୍ରତ୍ନତତ୍ତ୍ଵ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ମନ୍ଦିରଟି କେବଳ ୧୨ ଘଣ୍ଟା ପାଇଁ ଖୋଲାଯାଏ। ଏଠାରେ ବର୍ଷ ତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ରହିଥାଏ। ମନ୍ଦିରର ମୁଖ୍ୟ ଫାଟକରେ ଶ୍ରଦ୍ଧାଳୁମାନେ ମାନସିକ କରି ସାଲୁକନା ବାନ୍ଧିଥା’ନ୍ତି | ମାନସିକ ପୂରଣ ହେଲେ, ତାହା ପୁଣି ଖୋଲିବା ପାଇଁ ଆସିଥା’ନ୍ତି।

କୁହାଯାଏ ଯେ, ଯେତେବେଳେ ଏହି ଶିବଲିଙ୍ଗ ଉପରେ ସୂର୍ଯ୍ୟ କିରଣ ପଡ଼େ, ଏହା ସୁନା ଭଳି ଚମକି ଉଠେ। ଅନ୍ୟପକ୍ଷରେ, ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ଏଠାରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଏ। ଏହି ସମୟରେ ଲୁହାର ଜାଲି ଲଗାଯାଇଥାଏ ଏବଂ ଭକ୍ତମାନେ ଦୂରରୁ ଏକ ପାଇପ୍ ମାଧ୍ୟମରେ ଜଳାଭିଷେକ କରନ୍ତି। ସ୍ଥାନୀୟ ଲୋକ କହିବାନୁସାରେ, ଅନେକ ବର୍ଷ ତଳେ ମନ୍ଦିରକୁ ନେଇ କିଛି ବିବାଦ ଦେଖାଦେଇଥିଲା। ଏହି କାରଣରୁ ପ୍ରତ୍ନତତ୍ତ୍ଵ ବିଭାଗ ଏଠାରେ ତାଲା ପକାଇ ଦେଇଛି। ମହାଶିବରାତ୍ରୀ ଦିନ ଏଠାରେ ଭବ୍ୟ ମେଳାର ଆୟୋଜନ ମଧ୍ୟ ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking