28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପିଏମ କେୟାର୍ସ ଫଣ୍ଡର ଟ୍ରଷ୍ଟି ଭାବେ ନିଯୁକ୍ତ ହେଲେ ଶିଳ୍ପପତି ରତନ ଟାଟା

ପିଏମ କେୟାର୍ସ ଫଣ୍ଡର ଟ୍ରଷ୍ଟି ଭାବେ ନିଯୁକ୍ତ ହେଲେ ଶିଳ୍ପପତି ରତନ ଟାଟା

ନୂଆଦିଲ୍ଲୀ : ପିଏମ କେୟାର୍ସ ଫଣ୍ଡର ଅନ୍ୟତମ ଟ୍ରଷ୍ଟି ଭାବେ ନିଯୁକ୍ତ ହେଲେ ଶିଳ୍ପପତି ରତନ ଟାଟା। ଏହି ଟ୍ରଷ୍ଟରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କେ ଟି ଥୋମାସ୍, ପୂର୍ବତନ ଡେପୁଟି ବାଚସ୍ପତି କରିଆ ମୁଣ୍ଡା ମନୋନିତ ହୋଇଥିବା ବେଳେ ସେଥିରେ ଏବେ ଟାଟା ସନ୍ସ ଚେୟାରମ୍ୟାନ୍ ରତନ ଟାଟାଙ୍କୁ ମଧ୍ୟ ସାମିଲ କରାଯାଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ପିଏମ କେୟାର୍ସ ଫଣ୍ଡର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରତନ ଟାଟାଙ୍କୁ ସ୍ୱାଗତ କରାଯାଇଛି।କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହେଉଛନ୍ତି ପିଏମ କେୟାର୍ସ ଫଣ୍ଡର ଅନ୍ୟତମ ଟ୍ରଷ୍ଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପିଏମ କେୟାର୍ସ ବୋର୍ଡ଼ ବୈଠକ ପରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ନିଜେ ରତନ ଟାଟା ମଧ୍ୟ ଉପସ୍ଥିତ ଥିଲେ।

ଟ୍ରଷ୍ଟିମାନେ ପିଏମ କେଆର୍ସ ପାଣ୍ଠିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ରଷ୍ଟିମାନଙ୍କୁ ସ୍ୱାଗତ କରିଛି। ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କେଆର୍ସ ପାଣ୍ଠିର ଟ୍ରଷ୍ଟି ବୋର୍ଡକୁ ନେଇ ବୈଠକର ଅଧ୍ୟକ୍ଷତା କରିବାର ଗୋଟିଏ ଦିନ ପରେ ଟ୍ରଷ୍ଟିଙ୍କ ନାଁ ଘୋଷଣା କରାଯାଇଛି। ଗତକାଲି ହୋଇଥିବା ବୈଠକରେ ପିଏମ କେଆର୍ସ ପାଣ୍ଠି ସହାୟତାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହେବା ସହ ରତନ ଟାଟାଙ୍କ ସମେତ ନବନିର୍ବାଚିତ ଟ୍ରଷ୍ଟି ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନୂତନ ଟ୍ରଷ୍ଟି ଏବଂ ପରାମର୍ଶଦାତାଙ୍କ ଅଂଶଗ୍ରହଣ ପିଏମ କେଆର୍ସ ପାଣ୍ଠିର କାର୍ଯ୍ୟକାରିତାକୁ ବ୍ୟାପକ ଦୃଷ୍ଟିକୋଣ ପ୍ରଦାନ କରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking