28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ କ୍ରିକେଟ ଜଗତ ଦେଲା ଶ୍ରଦ୍ଧାଞ୍ଜଳି, ସ୍ୱେହାଗ-ଧଓ୍ଵନ-ରାଇନା କଲେ ଟ୍ଵିଟ୍‌

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ କ୍ରିକେଟ ଜଗତ ଦେଲା ଶ୍ରଦ୍ଧାଞ୍ଜଳି, ସ୍ୱେହାଗ-ଧଓ୍ଵନ-ରାଇନା କଲେ ଟ୍ଵିଟ୍‌

ମୁମ୍ବାଇ : ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋ ୫୮ ବର୍ଷ ବୟସରେ ହୋଇଛି। ରାଜୁ ଶ୍ରୀବାସ୍ତବ ୧୦ ଅଗଷ୍ଟରୁ ହୃଦଘାତର ଶିକାର ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଜିମରେ ଥିବା ବେଳେ ହାର୍ଟ ଆଟାକ ଶିକାର ହୋଇଥିଲେ। ତା’ ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ୪୨ ଦିନ ପର୍ଯ୍ୟନ୍ତ ହସପିଟାଲରେ ଭେଣ୍ଟିଲେଟରରେ ରହିଥିଲେ। ରାଜୁଙ୍କ ନିଧନରେ ସମସ୍ତ ବଲିଉଡ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇଯାଇଥିଲା। କେବଳ ବଲିଉଡ ଇଣ୍ଡଷ୍ଟ୍ରୀ ନୁହେଁ କ୍ରିକେଟ ଜଗତରେ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। କ୍ରିକେଟ ଷ୍ଟାର ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ନିଧନରେ ଯୁବରାଜ ସିଂ, କୃଣାଲ ପାଣ୍ଡ୍ୟା, ବୀରେନ୍ଦ୍ର ସେହ୍ଵାଗ, ସୁରେଶ ରାଇନା, ଶିଖର ଧଓ୍ଵନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଯୁବରାଜ ଟ୍ଵିଟରରେ ଫଟୋ ସେୟାର କରି ଲେଖିଛନ୍ତି, ଏହା ଦୁଃଖର ବିଷୟ, ଯିଏ ଆମକୁ ଖୁବ୍‌ ହସାଇଥିଲେ, ସେ ଦୁନିଆରୁ ଚାଲିଗଲେ। ଆପଣ ଖୁବଶୀଘ୍ର ଚାଲିଗଲେ ରାଜୁ ଶ୍ରୀବାସ୍ତବ।କୃଣାଲ ଲେଖିଛନ୍ତି, ‘ଆମ ସମସ୍ତଙ୍କୁ ହସାଉଥିବା ଏବଂ ମୁହଁରେ ଖୁସି ଦେଉଥିବା ରାଜୁଙ୍କୁ ଧନ୍ୟବାଦ। RIP ରାଜୁ ଶ୍ରୀବାସ୍ତବ। ଏମାନଙ୍କ ସହିତ ଶିଖର ଧଓ୍ଵନ, ରାଇନା, ସ୍ୱେହାଗ ଟ୍ଵିଟର ଜରିଆରେ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୦ ତାରିଖରେ ଦିଲ୍ଲୀରେ ଜିମ୍ ବେଳେ ରାଜୁ ଶ୍ରୀବାସ୍ତବ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ବ୍ରେନ୍‌ ଡେମେଜ୍ ହୋଇଯାଇଥିବା ଖବର ଆସିଥିଲା। ପୁଣି ଔଷଧ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ନେଇ ଖବର ଆସିଥିଲା। ରାଜୁ ତାଙ୍କ ଗୋଡ଼ ହଲାଇଥିଲେ ବୋଲି ଖବର ମିଳିଥିଲା। ତେବେ ରାଜୁଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ବହନ କରିବେ ବୋଲି ଘୋଷଣା କରିଥିଲେ। ହେଲେ ଡାକ୍ତର, ପରିବାର ଏବଂ ଫ୍ୟାନ୍ସଙ୍କ ଆଶା ଶେଷରେ ମଉଳିଗଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking