29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶତିରୁପତି ମନ୍ଦିରକୁ କୋଟିଏ ଟଙ୍କା ଦାନ କରି ଚର୍ଚ୍ଚାରେ ମୁସଲିମ ଦମ୍ପତି

ତିରୁପତି ମନ୍ଦିରକୁ କୋଟିଏ ଟଙ୍କା ଦାନ କରି ଚର୍ଚ୍ଚାରେ ମୁସଲିମ ଦମ୍ପତି

ଅମରାବତୀ: ମୁସଲମାନ ଭକ୍ତଙ୍କ ବଦାନ୍ୟତା । ତିରୁପତି ମନ୍ଦିରକୁ ୧କୋଟି ଟଙ୍କା ଦାନ କରି ଚର୍ଚ୍ଚାରେ ତାମିଲନାଡୁର ମୁସଲମାନ ଦମ୍ପତି । ତାମିଲନାଡୁ ଚେନ୍ନାଇର ଦମ୍ପତି ସୁବିନା ବାନୁ ଏବଂ ଅବଦୁଲ ଘାନି ମଙ୍ଗଳବାର ନିଜ ଛୁଆଙ୍କ ସହ ଯାଇ ତିରୁପତି ଦେବାସ୍ଥାନମକୁ ୧କୋଟି ଟଙ୍କା ଦାନ କରିଥିଲେ। ଏହି ବ୍ୟବସାୟୀ ଦମ୍ପତି TTDକୁ ଏକ ଚେକ୍ ପ୍ରଦାନ କରିଥିଲେ । ଯାହାକୁ ନେଇ ଏହି ଦମ୍ପତିଙ୍କ ନାମରେ ଅନେକ ଚର୍ଚ୍ଚା ହେଉଛି ।

ହି ମୁସଲମାନ ଦମ୍ପତିଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ୧ କୋଟି ଟଙ୍କା ମଧ୍ୟରୁ ତିରୁମାଲାର ଆଧୁନିକୀକରଣ ହୋଇଥିବା ଶ୍ରୀପଦ୍ମାବତୀ ବିଶ୍ରାମ ଗୃହରେ ଏସଭି ଅନ୍ନପ୍ରସାଦ ଟ୍ରଷ୍ଟକୁ 15 ଲକ୍ଷ ଟଙ୍କା ଏବଂ ନୂତନ ଆସବାବପତ୍ର ଏବଂ ରୋଷେଇ ଘରର ବାସନ ପାଇଁ 87 ଲକ୍ଷ ଟଙ୍କା ଦାନ କରାଯାଇଛି । ତିରୁମାଲା ମନ୍ଦିରର ରଙ୍ଗନାୟକୁଲା ମଣ୍ଡପରେ ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ଭି ଧର୍ମ ରେଡ୍ଡୀଙ୍କୁ ଏକ ଡିମାଣ୍ଡ ଡ୍ରାଫ୍ଟ ହସ୍ତାନ୍ତର କରିଥିଲେ । ଦାନ କରିବା ପୂର୍ବରୁ ଏହି ଦମ୍ପତି ତିରୁପତିଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିଲେ ।

ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ମୁସଲମାନ ବ୍ୟକ୍ତି ଅବଦୁଲ ଘାନିଙ୍କ ହିନ୍ଦୁ ମନ୍ଦିରକୁ ଦାନ କରିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ସେ ବାଲାଜୀ ମନ୍ଦିରକୁ ମଧ୍ୟ ଦାନ କରିଥିଲେ । 2020 ମସିହା କୋଭିଡ -19 ମହାମାରୀ ସମୟରେ ମନ୍ଦିର ପରିସରରେ ଡିଜେନ୍ଫେକ୍ଟାଣ୍ଟ ସ୍ପ୍ରେ କରିବା ପାଇଁ ଏକ ମଲ୍ଟି-ଡାଇମେନ୍ସନାଲ ଟ୍ରାକ୍ଟର-ମାଉଣ୍ଟେଡ ସ୍ପ୍ରେର ଦାନ କରିଥିଲେ । ଏହାପୂର୍ବରୁ ସେ ପନିପରିବା ପରିବହନ ପାଇଁ ମନ୍ଦିରକୁ 35 ଲକ୍ଷ ରେଫ୍ରିଜରେଟର ଟ୍ରକ ଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking