28.1 C
Bhubaneswar
Saturday, April 27, 2024
Homeଓଡିଶାବିଶାଖାପଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବଲାଙ୍ଗିରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ୍ ଟ୍ରେନ୍

ବିଶାଖାପଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବଲାଙ୍ଗିରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର : ବଲାଙ୍ଗିରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌। ବିଶାଖାପଟଣାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବଲାଙ୍ଗିରରେ ଟ୍ରେନ୍ ପହଞ୍ଚିଛି। ଆଜି ଆଉ ୨ଟି ଟ୍ରେନ୍ ଆସି ପହଞ୍ଚିବ। ଶ୍ରମିକମାନେ ପହଞ୍ଚିବା ପରେ ସେମାନଙ୍କୁ ଶୁଖିଲା ଖାଦ୍ୟ ଦିଆଯିବା ସହ ବସ୍ ଯୋଗେ ନିଜ ନିଜ ଘରକୁ ପଠାଯାଉଛି। ଏହାକୁ ଦୃଷ୍ଟିରେ ରଖି ସହରର ଅଧିକାଂଶ ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଛି। ବଲାଙ୍ଗିରକୁ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ ଆସୁଥିବାରୁ ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।
ବିଶାଖାପାଟଣା, ରାଜକୋଟ ଓ ତାମିଲନାଡୁରୁ ଟ୍ରେନ ଆସୁଥିବାରୁ କର୍ଫ୍ୟୁ ଲାଗୁ ହୋଇଛି। ବଲାଙ୍ଗିରର ରେଳ ଷ୍ଟେସନ ରାସ୍ତା, ରେଳ ଷ୍ଟେସନରୁ ମଦନ ଗୁଡ଼ିଆ ଛକ, ରେଳ ଷ୍ଟେସନରୁ ବେହେରା ପାଲି ଛକ, ମଦନ ଗୁଡ଼ିଆ ଛକରୁ ଟିଟିଲାଗଡ଼ ରାସ୍ତାକୁ ସିଲ କରାଯାଇଛି। ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ଅରିନ୍ଦମ ଡାକୁଆ କହିଛନ୍ତି।ଏହାସହ ଗତକାଲି ମଧ୍ୟରାତ୍ରିରୁ ଲିଖିରିଆ ଅଞ୍ଚଳରୁ କଣ୍ଟେନମେଣ୍ଟ ଅଞ୍ଚଳକୁ ହଟାଇ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking