27.1 C
Bhubaneswar
Thursday, April 25, 2024
Homeଓଡିଶାହୋମ କ୍ୱେରେଣ୍ଟାଇନରେ ବୃଦ୍ଧାଙ୍କ ମୃତ୍ୟୁ

ହୋମ କ୍ୱେରେଣ୍ଟାଇନରେ ବୃଦ୍ଧାଙ୍କ ମୃତ୍ୟୁ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ଘୁରଡୁଖମନ ଗ୍ରାମରେ ହୋମ କ୍ୱାରେଣ୍ଟାଇନରେ ଥିବା ଜଣେ ବୃଦ୍ଧାଙ୍କ ରବିବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଘୁରୁଡୁଖମଣ ଗ୍ରାମର ସ୍ୱର୍ଗତ ସୁଦାମ ଚରଣ ପ୍ରଧାନଙ୍କ ସ୍ତ୍ରୀ ସୂର୍ଯ୍ୟମଣୀ ପ୍ରଧାନ(୬୫) ଗତ ୧୩ ତାରିଖ ଦିନ ସ୍ପେଶାଲ ପାସ୍ ଯୋଗେ ଝାଡ଼ଖଣ୍ଡ ଚାଇଁବସା ଅଞ୍ଚଳରୁ ନିଜ ଗ୍ରାମ ଘୁରୁଡୁଖମଣକୁ ଫେରି ହୋମ କ୍ୱାରେଣ୍ଟାଇନରେ ଥିଲେ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଦେବାନନ୍ଦ ନାଏକ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ।
ତାଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ନ ଥିବାବେଳେ ପୂର୍ବରୁ ଅସୁସ୍ଥ ଥିବା ସୂର‌୍ୟ୍ୟମଣୀ ଆଜି ଅପରାହ୍ଣରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଗୁରୁତର ହୋଇପଡିଥିଲେ। ଏହାର କିଛି ସମୟ ମଧ୍ୟରେ ସୂର୍ଯ୍ୟମଣୀଙ୍କ ମୃତ୍ୟୁ ଘଟିଥିଲା। ସୂର୍ଯ୍ୟମଣୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଭୟର ବାତାବରଣ ଦେଖାଦେଇଥିଲା । ମୃତ ଦେହ ପାଖକୁ କୌଣସି ଲୋକ ମଧ୍ୟ ଯାଇ ନଥିଲେ। ସୂଚନା ପାଇ ବାରକୋଟ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟୁନୁ ମେହେର ସ୍ୱାସ୍ଥ୍ୟବିଭାଗକୁ ସୂଚନା ଦେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀ ଦଳ ସେଠାରେ ପହଞ୍ଚି ଫେରି ଆସିଥିବା ଜଣାପଡ଼ିଛି। ତେବେ ଗ୍ରାମରେ ପ୍ରବଳ ଉତ୍ତେଜନା ଲାଗି ରହିଛି।
ଦେବଗଡ଼ ଥାନା ଏସଆଇ ମନୋହର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ସ୍ଥାନୀୟ ସରପଞ୍ଚ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ମନୋଜ କୁମାର ଉପଧ୍ୟାୟଙ୍କ ମତାମତ ଲୋଡିବାରୁ ମୃତକଙ୍କ ଗୋଡ ଭାଙ୍ଗି ଯାଇଥିବା କାରଣରୁ ତାଙ୍କ ଶରୀରରେ ଇନଫେକ୍ସନ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିଥିବା ବେଳେ ମୃତ ଦେହ ବ୍ୟବଚ୍ଛେଦ କୌଣସି ଆବଶ୍ୟକତା ନଥିବା ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking