28.1 C
Bhubaneswar
Saturday, April 27, 2024
Homeଓଡିଶାଓଭରଲୋଡ୍ ଗାଡ଼ିଗୁଡିକ ବିରୁଦ୍ଧରେ ସ୍ୱତନ୍ତ୍ର ଡ୍ରାଇଭ୍

ଓଭରଲୋଡ୍ ଗାଡ଼ିଗୁଡିକ ବିରୁଦ୍ଧରେ ସ୍ୱତନ୍ତ୍ର ଡ୍ରାଇଭ୍

ଭୁବନେଶ୍ୱର: ଓଭରଲୋଡ୍ ଯାନ ବିରୁଦ୍ଧରେ ଚାଲିଥିବା ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଡ୍ରାଇଭରେ ପ୍ରଥମ ଦିନରେ ମୋଟ୍ ୯୨ ଚାଲାଣ ଜାରି କରାଯାଇଛି । ଓଭରଲୋଡିଂ ପାଇଁ ସମୁଦାୟ ୩୨ ଟି ଯାନକୁ ଅଟକ ରଖାଯାଇଥିଲା ଏବଂ ନିଲମ୍ବନ ପାଇଁ ୧୦୮ ଡ୍ରାଇଭିଂ ଲାଇସେନ୍ସ ଜବତ କରାଯାଇଛି । ଓଭରଲୋଡିଂ ପାଇଁ ୪, ୨୬,୩୧୨ ଟଙ୍କା ଜରିମାନା କରାଯାଇଛି । ରାଜ୍ୟ ପରିବହନ ପ୍ରାଧିକରଣ ସାରା ରାଜ୍ୟରେ ୬ ଦିନିଆ ସ୍ୱତନ୍ତ୍ର ଆଣ୍ଟି ଓଭରଲୋଡିଂ ଡ୍ରାଇଭ୍ ଲଞ୍ଚ କରିଛି ।

ତେବେ ଏ ସମ୍ପର୍କରେ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ କହିଛନ୍ତି, ଏହି ଡ୍ରାଇଭ୍ ରାଜ୍ୟର ଶିଳ୍ପ ଏବଂ ଖଣି କାର୍ଯ୍ୟକଳାପ ଥିବା ଅଞ୍ଚଳରେ ବିଶେଷ ଫୋକସ୍ କରୁଛି । ସାଧାରଣତଃ ଏହି ଅଞ୍ଚଳରେ ଯାନବାହାନ ଗୁଡ଼ିକ ନିୟମ ମାନୁନାହାନ୍ତି ଏବଂ ଦୁର୍ଘଟଣା ଘଟାଉଛନ୍ତି । ମୋଟରଯାନ ନିୟମକୁ ଖଣ୍ଡନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ପରିବହନ ପ୍ରାଧିକରଣ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ମୋଟର ଯାନ ସଂଶୋଧନ ଅଧିନିୟମ ୨୦୧୯ ଅନୁଯାୟୀ, ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯିବ । ଯାନବାହାନର ଓଭରଲୋଡିଂ ପାଇଁ ୨୦,୦୦୦ ଟଙ୍କା ଏବଂ ଅତିରିକ୍ତ ଟନ୍ ପିଛା ୨,୦୦୦ ଟଙ୍କା ଜୋରିମାନା କରାଯିବ । ଏହାବ୍ୟତୀତ ଡ୍ରାଇଭିଂ ଲାଇସେନ୍ସ ତିନିମାସ ପାଇଁ ରଦ୍ଦ ହୋଇପାରେ ।

୨୦୨୧ରେ ଓଭରଲୋଡ୍ ଯାନ ଯୋଗୁଁ ୧୪୪୨ ଟି ଦୁର୍ଘଟଣା ଘଟିଥିଲା । ଗାଡି ଗୁଡିକର ଭାରସାମ୍ୟ ଅବସ୍ଥା ଠିକ ନଥିବା ଯୋଗୁଁ ମୋଟ ୬୭୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏତଦ୍ ବ୍ୟତୀତ ଭାରସାମ୍ୟ ହରାଇ ଯାନବାହନ ଦୁର୍ଘଟଣାରେ ସମୁଦାୟ ୮୩୪ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ୫୮୮ ଜଣ ସାମାନ୍ୟ ଆହତ ହୋଇଛନ୍ତି । ବିଭିନ୍ନ ଅପରାଧ ପାଇଁ ଅନ୍ୟ ଯାନ ବିରୋଧରେ ଜରିମାନା ଆଦାୟ କରାଯାଇଛି । ଅନ୍ୟାନ୍ୟ ନିୟମକୁ ଖଣ୍ଡନ କରିବା ପାଇଁ ମୋଟ ୮୦୦ ଇ-ଚାଲାଣ ଜାରି କରାଯାଇଥିଲା, ୨୬ ଟି ଯାନକୁ ଅଟକ ରଖାଯାଇଥିଲା ଏବଂ କମ୍ପାଉଣ୍ଡିଂ ଫି ୭, ୭୮,୧୨୦ ସଂଗ୍ରହ କରାଯାଇଥିଲା । ଏହା ପୂର୍ବରୁ ଓଭରଲୋଡ୍ ଗାଡି ଉପରେ କଟକଣା ଜାରି କରି ମୋଟ ୮୩ ଟି ଇ-ଚାଲାଣ ଜାରି କରାଯାଇଥିଲା, ୨୫ ଟି ଗାଡି ଜବତ କରାଯାଇଥିଲା ଏବଂ ୮୧ ଟି ଡିଏଲ ସ୍ଥଗିତ ରଖାଯାଇଥିଲା । ୩, ୬୯,୪୬୧ କମ୍ପାଉଣ୍ଡିଂ ଫି ସଂଗ୍ରହ କରାଯାଇଥିଲା । ସ୍ୱତନ୍ତ୍ର ଡ୍ରାଇଭ୍ ୨୫.୦୯.୨୨ ପର୍ଯ୍ୟନ୍ତ ଜାରି ରହିବ । ନିୟମିତ ବ୍ୟବଧାନରେ ଏଭଳି ଡ୍ରାଇଭ୍ ପରିଚାଳନା କରିବାକୁ ଏନଫୋର୍ସମେଣ୍ଟ ସ୍କ୍ୱାଡ଼କୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking