34.1 C
Bhubaneswar
Saturday, May 18, 2024
Homeଓଡିଶାସ୍କୁଲ ପିଲା ପଢ଼ିବେ ପୁରୁଣା ପାଠ: ଓକେସିଏଲ୍ ଏବଂ ଶୁଭଦ୍ରା ଚାରିଟେବୁଲ ଟ୍ରଷ୍ଟକୁ ମିଳିଲା ଦାୟିତ୍ୱ

ସ୍କୁଲ ପିଲା ପଢ଼ିବେ ପୁରୁଣା ପାଠ: ଓକେସିଏଲ୍ ଏବଂ ଶୁଭଦ୍ରା ଚାରିଟେବୁଲ ଟ୍ରଷ୍ଟକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: କରୋନା ପାଇଁ ଗତ ଦୁଇବର୍ଷ ପାଠପଢ଼ାରେ ବ୍ୟାପକ କ୍ଷତି ହୋଇଥିଲା । ଏହି କ୍ଷତିକୁ ଭରଣା କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ(ଏଲ୍‌ଆର୍‌ପି) ଆରମ୍ଭ କରିବାକୁ ଯାଉଛି । ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବାକୁ ଥିବା ଏହି ଏଲ୍‌ଆର୍‌ପି ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ବ୍ଲୁ ପ୍ରିଣ୍ଟସ୍ ପ୍ରସ୍ତୁତ ହୋଇସାରିଛି । ଆସନ୍ତା ୨୯ ତାରିଖରୁ ଏହା ଲାଗୁ ହେବ । ଏଲ୍‌ଆର୍‌ପି ଜରିଆରେ ଛାତ୍ରୀଛାତ୍ରମାନେ ଏକ୍ସଟ୍ରା(ଅତିରିକ୍ତ) କ୍ଲାସରେ ପାଠ ପଢ଼ିବେ । ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରିଛନ୍ତି । ଦୁଇଟି ଘରୋଇ ସଂସ୍ଥା ଦ୍ୱାରା ପିଲାମାନେ ପାଠ ପଢ଼ିବେ । ଏଥିଲାଗି ପ୍ରତିଦିନ ଦୁଇଟି ଅତିରିକ୍ତ କ୍ଲାସ ଜରିଆରେ ପାଠପଢ଼ା ହେବ । ପୁରୁଣା ପାଠ କରୋନା ସମୟରେ ଛାତ୍ରୀଛାତ୍ରୀମାନେ କେତେ ପଢ଼ିଛନ୍ତି, ତାହା ଜାଣିବା ପାଇଁ ବେସ୍ ଲାଇନ ଟେଷ୍ଟ ହେବ । ଯେଉଁ ଛାତ୍ରୀଛାତ୍ର ଏଥିରେ ବିଫଳ ହେବେ ସେମାନଙ୍କୁ ଅତିରିକ୍ତ କ୍ଲାସ ଜରିଆରେ ଘରୋଇ ସଂସ୍ଥା ପାଠପଢ଼ାଇବେ । ମିଳିଥିବା ସୂଚନାନୁସାରେ, ରାଜ୍ୟର ୫୫,୭୪୫ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକେର ଲର୍ଣ୍ଣିଂ ରିକଭରି ପ୍ରାଗ୍ରୋମ ଆରମ୍ଭ ହେବ । ଶିକ୍ଷାଦାନ ପାଇଁ ଦୁଇଟି ଘେରାଇ ସଂସ୍ଥା ମଧ୍ୟରେ ସମାନ ଭାବେ ଜିଲ୍ଲାଗୁଡ଼ିକ ବଣ୍ଟାଯାଇଛି । ତିନି ମାସ ଭିତେର ଲର୍ଣ୍ଣିଂ ରିକଭରିପ୍ରୋଗ୍ରାମ ସରିବ । ଏ ସମ୍ପର୍କରେ ଓସେପା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମ ପାଇଁ ସବୁ ପୁସ୍ତକ ପ୍ରିଣ୍ଟ ହୋଇସାରିଛି । ତୃତୀୟ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଓଡ଼ିଆ, ଗଣିତ ଓ ପରିବେଶ ବିଜ୍ଞାନ କ୍ଲାସ୍ ଦିଆଯିବ । ସେହିପରି ଚତୁର୍ଥରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଗଣିତ,ଇଂଲିଶ ଓ ବିଜ୍ଞାନ ପାଠ ପଢ଼ାଯିବ । ଏଥିପାଇଁ ଆସନ୍ତା ୨୨ ତାରିଖରୁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି ପ୍ରଶିକ୍ଷଣ ୨୭ ତାରିଖ ଭିତରେ ଶେଷ କରିବା ପାଇଁ ଯୋଜନା କରାଯାଇଛି । ଦିନିକିଆ ସ୍କୁଲ ପରିଚାଳନା ବୈଠକ ସହ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଜରିଅୋର ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ନେଇ ସଚେତନ କରାଯିବ । ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ଦୁଇଟି ମନିଟରିଂ ଟିମ୍ ଗଠନ କରାଯାଇ କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗେରତଦାରଖ କରାଯିବ ବୋଲି େଓସପା ପକ୍ଷରୁ ସୂଚନା ମିଳିଛି । ସେପେଟ ଷାଣ୍ମାସିକ ପରୀକ୍ଷା ଥିବାରୁ ଏ ସମୟରେ ପୁରୁଣା ପାଠ ପଢ଼ାଇବାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କ୍ଲାସ ପରୀକ୍ଷା ପାଖେଇଆସିଲାଣି । ଏହି ସମୟେର ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ ଆରମ୍ଭ କଲେ ପିଲାଙ୍କ ଉପରେ ଚାପ ବକାଇବ ବୋଲି ଅଭିଭାବକମାନେ ମତପ୍ରକାଶ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking