36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଅସ୍କାର ପାଇଁ ‘ଛେଲୋ ଶୋ’ ନୋମିନେଟ୍

ଅସ୍କାର ପାଇଁ ‘ଛେଲୋ ଶୋ’ ନୋମିନେଟ୍

ନୂଆଦିଲ୍ଲୀ : ଅସ୍କାର ଆୱାର୍ଡ ୨୦୨୩ ପାଇଁ ଭାରତ ପକ୍ଷରୁ ଗୁଜରାଟୀ ଫିଲ୍ମ ‘ଛେଲୋ ଶୋ’ (ଲାଷ୍ଟ୍ ଫିଲ୍ମ ଶୋ’)କୁ ବେଷ୍ଟ ଇଣ୍ଟରନାସ୍‌ନାଲ୍ ଫିଲ୍ମ କାଟାଗୋରୀରେ ନୋମିନେଟ୍ କରାଯାଇଛି । ଏହି ଫିଲ୍ମକୁ ପାନ୍ ନଳୀନ ଲେଖିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଫିଲ୍ମର ପୂରା କାହାଣୀର ଗାଁର ଏକ ବାଳକ ଉପରେ ପର୍ଯ୍ୟବଶିତ । ୧୧୦ ମିନିଟ୍‌ର ଫିଲ୍ମ ଛେଲୋ ଶୋ’କୁ ନୋମିନେଟ୍ କରାଯିବା ଫଳରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ଆର୍‌ଆର୍‌ଆର୍ କିମ୍ବା କଶ୍ମୀର ଫାଇଲ୍ସକୁ ଅସ୍କାର ପାଇଁ ନୋମିନେଟ୍ କରାଯିବାର ବହୁ ସମୟ ଧରି କଳ୍ପନା ଜଳ୍ପନା ପ୍ରକାଶ ପାଇଆସୁଥିଲା । ତେବେ ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ମଙ୍ଗଳବାର ଅସ୍କାର ୨୦୨୩ ପାଇଁ ଭାରତ ପକ୍ଷରୁ ଛେଲୋ ଶୋ’କୁ ପଠାଇବାକୁ ଘୋଷଣା କରିଛି । ଏହି ଘୋଷଣା ପରେ ଫିଲ୍ମର ନିର୍ଦ୍ଦେଶକ ପାନ୍ ନଳୀନ ଟ୍ୱିଟର୍ ମାଧ୍ୟମରେ ନିଜ ଖୁସିବ୍ୟକ୍ତି କରିଛନ୍ତି । ଫିଲ୍ମରେ ଭାବତୀ ରାବରୀ, ଭବେଶ ଶ୍ରୀମାଳୀ, ଋଚା ମୀଣା, ଦିପେନ ରାୱଲ୍ ଏବଂ ପରେଶ ମେହେତା ମୁଖ୍ୟ ଭୂମିକା ତୁଲାଇଛନ୍ତି । ଫିଲ୍ମର ଶୁଟିଂ ୨୦୨୦ ମାର୍ଚ୍ଚରେ ଶେଷ ହୋଇଥିଲା । ଏହାର ଠିକ୍ ପରେ ପରେ ଦେଶରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା । କରୋନା ମହାମାରୀ ଅବସରରେ ଫିଲ୍ମର ପୋଷ୍ଟ-ପ୍ରଡକ୍ସନ୍ କାର୍ଯ୍ୟ ପୂରା କରାଯାଇଥିଲା । ଫିଲ୍ମକୁ ପ୍ରଥମ ଥର ପାଇଁ ୨୦୨୧ ଜୁନ୍ ୧୦ରେ ଟ୍ରିବେକା ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ କରାଯାଇଥିଲା । ସେଠାରେ ଫିଲ୍ମକୁ ବହୁ ପ୍ରଶଂସା ମିଳିଥିଲା । ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ସାମିଲ ହେବାରେ ଏହା ପ୍ରଥମ ଗୁଜରାଟୀ ଫିଲ୍ମ ଥିଲା । ୨୦୨୧ ଅକ୍ଟୋବରରେ ଫିଲ୍ମ ‘ଛେଲୋ ଶୋ’ ୬୬ତମ ଭେଲାଡୋଲିଡ୍ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଗୋଲ୍‌ଡେନ୍ ସ୍ପାଇକ୍ ଜିତିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking