29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବମ୍ବେ ହାଇକୋର୍ଟଙ୍କ ଆଦେଶ: ଭଙ୍ଗାଯିବ ନାରାୟଣ ରାଣେଙ୍କ ବଙ୍ଗଳାର ଅର୍ବେଧ ନିର୍ମାଣ

ବମ୍ବେ ହାଇକୋର୍ଟଙ୍କ ଆଦେଶ: ଭଙ୍ଗାଯିବ ନାରାୟଣ ରାଣେଙ୍କ ବଙ୍ଗଳାର ଅର୍ବେଧ ନିର୍ମାଣ

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ଜୁହୁସ୍ଥିତ ବଙ୍ଗଳାର ଅବୈଧ ନିର୍ମାଣକୁ ଭାଙ୍ଗିବା ପାଇଁ ବମ୍ବେ ହାଇକୋର୍ଟ ବୃହନ୍‌ମୁମ୍ବାଇ ମହାନଗରପାଳିକା (ବିଏମ୍‌ସି)କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ହାଇକୋର୍ଟ ରାଣେଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଇଛନ୍ତି । ହାଇକୋର୍ଟ ଆଦେଶରେ କହିଛନ୍ତି, ଅବୈଧ ନିର୍ମାଣରେ ଫ୍ଲୋର୍ ସ୍ପେଶ୍ ଇଣ୍ଡେକ୍ସ (ଏଫ୍‌ଏସ୍‌ଆଇ) ଏବଂ କୋଷ୍ଟାଲ୍ ରେଗୁଲେସନ୍ ଜୋନ୍ (ସିଆର୍‌ଜେଡ୍‌)ର ନିୟମ ଉଲ୍ଲଂଘନ କରାଯାଇଛି । ଜଷ୍ଟିସ୍ ଆର୍‌ଡି ଧାନୁକା ଏବଂ ଜଷ୍ଟିସ୍ କମଲ ଖତାଁଙ୍କ ବେଞ୍ଚ୍ କହିଛନ୍ତି, ରାଣେଙ୍କ ପରିବାର ଦ୍ୱାରା ପରିଚାଳିତ କମ୍ପାନୀ ‘କାଲ୍‌କା ରିୟଲ୍ ଇଷ୍ଟେଟ୍‌’ ପକ୍ଷରୁ କରାଯାଇଥିବା ଅନ୍ୟ ଆବେଦନ ଉପରେ ବିଚାର ପାଇଁ ବିଏମ୍‌ସିକୁ ଅନୁମତି ଦିଆଯାଇପାରିବ ନାହିଁ । ଏହା ଦ୍ୱାରା ଅନଧିକୃତ ନିର୍ମାଣକୁ ପ୍ରୋତ୍ସାହନ ମିଳିବ ବୋଲି ବେଞ୍ଚ୍ କହିଛନ୍ତି । କମ୍ପାନୀ ଦ୍ୱାରା ଦାଖଲ ଆବେଦନରେ ଅନଧିକୃତ ନିର୍ମାଣକୁ ନିୟମିତ କରିବା ପାଇଁ ଦାବି କରାଯାଇଥିଲା । ହାଇକୋର୍ଟ ଦୁଇ ସପ୍ତାହ ମଧ୍ୟରେ ଅନଧିକୃତ ନିର୍ମାଣକୁ ଭାଙ୍ଗିବା ସହ ଏକ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ପ୍ରଦାନ କରିବା ପାଇଁ ବିଏମ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବେଞ୍ଚ୍ ରାଣେଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ଲଗାଇବା ସହ ଏହି ରାଶି ଦୁଇ ସପ୍ତାହ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟ ନ୍ୟାୟିକ ସେବା ପ୍ରାଧିକରଣରେ ଜମା କରିବାକୁ କହିଛନ୍ତି । ସୁପ୍ରିମକୋର୍ଟରେ ଅପିଲ୍ ଦାଖଲ ପାଇଁ ଏହି ଆଦେଶ ଉପରେ ଛଅମାସ ରୋକ୍ ଲଗାଇବା ପାଇଁ ରାଣେଙ୍କ ଓକିଲ ଅନୁରୋଧ କରିଥିଲେ । ତେବେ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking