28.9 C
Bhubaneswar
Sunday, May 5, 2024
Homeଓଡିଶାନାହିଁ ସେବା ମନୋବୃତ୍ତି, ସରକାରଙ୍କ ଚାକିରିର ମଜା ନେଉଛନ୍ତି ଦମକଳ ବାହିନୀ 

ନାହିଁ ସେବା ମନୋବୃତ୍ତି, ସରକାରଙ୍କ ଚାକିରିର ମଜା ନେଉଛନ୍ତି ଦମକଳ ବାହିନୀ 

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସୋନପୁର ମୁଖ୍ୟ ରାସ୍ତା ରାତି ପ୍ରାୟ 8 ଘଣ୍ଟା ସମୟରେ ଅଜଣା ଗାଡି ଧକ୍କାରେ ଗୋଟିଏ ଗୋରୁ ଘଟଣା ସ୍ଥାନରେ ମୃତ ହୋଇଯାଇଥିବା ବେଳେ ଆଉ ଏକ ଗୋରୁ ରକ୍ତାକ୍ତ ଅବସ୍ଥାରେ ରାସ୍ତା ଉପରେ ପଡ଼ିରହିଲା।
ରାସ୍ତା ଉପରୁ ଗୋରୁଙ୍କୁ ହଟାଇବା ପାଇଁ ବିନିକା ଅଗ୍ନିଶମ ବିଭାଗ ଅଧିକାରୀ ଭକ୍ତରାମ ତାଣ୍ଡିଆ ଙ୍କୁ ଫୋନ କରିଥିଲେ।

କିନ୍ତୁ ଅଗ୍ନିଶମ ଅଧିକାରୀ ତାଣ୍ଡିଆ ଓଲଟା ସମସ୍ତ ଫୋନ କରିଥିବା ବ୍ୟକ୍ତି ମାନଂକୁ ଏଥିରେ ଅଗ୍ନିଶମ ର କିଛିକାମ ନାହିଁ ବୋଲି ଯୁକ୍ତିତର୍କ କରିଥିଲେ। ପରେ ପୋଲିସ ଓ ପ୍ରାଣୀ ଚିକିତ୍ସକ ଦୁର୍ଘଟଣା ସ୍ଥାନକୁ ଆସିଥିଲେ ଓ ପ୍ରାଥମିକ ଚିକିତ୍ସା ପରେ ଗୋରୁକୁ ଗୋଟିଏ ଗାଡି ଭଡା କରି ପ୍ରାଣି ଚିକିତ୍ସାଳୟ କୁ ନେଇଥିଲେ।ପୋଲିସ ଓ ଲୋକମାନେ ମିଶି ଗୋଟିଏ ଗୋରୁଙ୍କ ରକ୍ଷା ପାଇଁ 2 ଘଣ୍ଟା ପ୍ରୟାସ କରିଥିବା ବେଳେ  , ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ଅଗ୍ନିଶମ ବିଭାଗ ଅଧିକାରୀ ଭକ୍ତରାମ ତାଣ୍ଡିଆ ଙ୍କ ଏତାଦୃଶ ବ୍ୟବହାର ଅଞ୍ଚଳରେ ତୀବ୍ର ସମାଲୋଚନା କରିଛନ୍ତି। ଦୁଇ ଘଣ୍ଟା ପରେ ଅଗ୍ନିଶମ ବିଭାଗ ପହଁଚିଲା ବେଳକୁ ଆଉ କିଛି ନ ଥିଲା।

ମାତ୍ର 2 କିଲୋମିଟର କୁ 2 ଘଣ୍ଟା ରେ ପହଁଚିଲେ ଜୀବନ ରକ୍ଷା କରିବା ପାଇଁ ଅଗ୍ନିଶମ ବିଭାଗ ନା ଜୀବନ ନେବା ପାଇଁ ବୋଲି ଚର୍ଚ୍ଚା ହେଉଛି। ସରକାରଙ୍କୁ ପ୍ରଶ୍ନ ଯେ ଯଦି ଅଗ୍ନିଶମ ବିଭାଗ ଓ ବିଭାଗୀୟ ଅଧିକାରୀ ଙ୍କ ଏତାଦୃଶ ବ୍ୟବହାର କେତେ ଯୁକ୍ତି ଯୁକ୍ତ ଓ ଯଦି ପୋଲିସ ଅଧିକାରୀ ଓ ପୋଲିସ ଏତେ ସେବା କରୁଚି ତା ହେଲେ ଅଗ୍ନିଶମ କଣ୍ କରିବା ସକାଶେ ଅଛି ସାଧାରଣ ଜନତା ଙ୍କ ମଧ୍ୟରେ ଚର୍ଚ୍ଚା ହେଉଚି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking