30.1 C
Bhubaneswar
Friday, April 26, 2024
Homeଅପରାଧବୁଢ଼ା ବାପାକୁ ପିଟି ପିଟି ମାରିଦେଲେ ପୁଅ-ବୋହୂ

ବୁଢ଼ା ବାପାକୁ ପିଟି ପିଟି ମାରିଦେଲେ ପୁଅ-ବୋହୂ

କୋରାପୁଟ : ବୁଢ଼ା ବାପାକୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଖୁବ୍ ପିଟିଲେ ପୁଅ ବୋହୂ । ତାଙ୍କ ମାଡ଼ରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ଏଭଳି ଏକ ଅମାନବୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ । କେବଳ ପୁଅ ନୁହେଁ ପୁଅ ସହ ବୋହୁ ମଧ୍ୟ ସାଥ ଦେଇ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ମାରି ଦେଲେ । ସମସ୍ତଙ୍କ ସାମନାରେ ଏଇ ଘଟଣା ଘଟିଲା ହେଲେ କେହି ରୋକିଲେ ନାହିଁ କି ବାଧା ବି ଦେଲେ ନାହିଁ । ହେଲେ କେହି ଜଣେ ଘଟଣାର ଭିଡିଓ ସୁଟିଂ କଲେ । ଶେଷରେ ସମସ୍ତଙ୍କ ସାମନାରେ ଜୀବନ ଚାଲିଗଲା ବୟସ୍କ ବୃଦ୍ଧଙ୍କର ।

ଲକ୍ଷ୍ମୀପୁର ଥାନା ଅଧୀନ ଉପରକୁଟିଙ୍ଗା ଠାରେ ଗତକାଲି ଏହି ଅଭାବନୀୟ ଘଟଣା ଘଟି ଯାଇଛି । ପୁଅ ଏବଂ ବୋହୂ ମିଶି ବୃଦ୍ଧ ବାପାଙ୍କୁ ପିଟିପିଟି ହତ୍ୟା କରିବା ପରେ ଶବ ସତ୍କାର କରି ଦେଇଥିଲେ । ତେବେ ଆଜି ସକାଳେ ଗାଁ ଦାଣ୍ଡରେ ବାନ୍ଧି ପିଟିପିଟି ହତ୍ୟା କରି ଥିବା ଭିଡିଓ ମୋବାଇଲ୍‌କୁ ମୋବାଇଲ ଘୂରି ବୁଲିବାର ଦେଖିବାକୁ ମିଳିଛି । ଭିଡିଓଟି ଭାଇରଲ ହେବା ପରେ ଲକ୍ଷ୍ମୀପୁର ପୋଲିସ ପଦକ୍ଷେପ ଗ୍ରହଣ କରିଛି । ଥାନା ଅଧିକାରୀ ଶ୍ୱେତପଦ୍ମା ସେଠ୍ ଏକ ପୋଲିସ ଟିମ୍ ନେଇ ଉପର କୁଟିଙ୍ଗାରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ କେଉଁ କାରଣରୁ ନିଜ ବାପା କୃଷ୍ଣ ମିନିୟାକାଙ୍କୁ ପୁଅ ବୋହୂ ମାରିଲେ ତାର କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ପୁଅ ଓ ବୋହୂଙ୍କୁ ଥାନାକୁ ଆଣି ପଚରା ଉଚାରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking