27.1 C
Bhubaneswar
Sunday, August 7, 2022
Homeଦେଶ ବିଦେଶକୋଲକାତାରେ ଓଡ଼ିଆ ଯବାନଙ୍କ ଗୁଳିମାଡ଼ରେ ଏଏସ୍‌ଆଇଙ୍କ ମୃତ୍ୟୁ

କୋଲକାତାରେ ଓଡ଼ିଆ ଯବାନଙ୍କ ଗୁଳିମାଡ଼ରେ ଏଏସ୍‌ଆଇଙ୍କ ମୃତ୍ୟୁ

କୋଲକାତା : କୋଲକାତାର ଐତିହାସିକ ଇଣ୍ଡିଆନ ମ୍ୟୁଜିୟମରେ ଆଜି ଏକ ଅଘଟଣ ଘଟିଛି । ସେଠାରେ ସୁରକ୍ଷା ପାଇଁ ମୁତୟନ ଥିବା ଜଣେ ସିଆଇଏସଏଫ ଯବାନ ହଠାତ ଗୁଳି ଚଳାଇବାରୁ ଜଣେ ବ୍ୟକ୍ତି ନିହତ ହେବା ସହ ଆଉ କିଛି ଲୋକ ଆହତ ହୋଇଛନ୍ତି । ଆଜି କେନ୍ଦ୍ରୀୟ କୋଲକାତାର କାଇଡ୍ ଷ୍ଟ୍ରିଟରେ ଅବସ୍ଥିତ ଇଣ୍ଡିଆନ ମ୍ୟୁଜିୟମରେ ମୁତୟନ ଥିବା ହେଡ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ର ନିଜର କେତେକ ସାଥୀ ସିଆଇଏସଏଫ କର୍ମୀଙ୍କ ଉପରକୁ ହଠାତ ଗୁଳି ଚଳାଇଥିଲା । ଏହାଫଳରେ ଜଣେ ଏଏସ୍‌ଆଇ ରଣଜିତ ଷଡ଼ଙ୍ଗୀ ଓ ଜଣେ ହେଡ-କନଷ୍ଟେବଲ ସବୀର ଘୋଷଙ୍କ ଶରୀରରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ହିଁ ଷଡ଼ଙ୍ଗୀ ମୃତ୍ୟୁବରଣ କରିଥିଲେ ।

ଘୋଷଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଅଭିଯୁକ୍ତ ଯବାନ ୨୫-୩୦ ରାଉଣ୍ଡ ଗୁଳି ଚଳାଇଥିବା କୁହାଯାଉଛି । ଖବର ପାଇଁ କୋଲକାତା ପୁଲିସର କମାଣ୍ଡ ଟିମ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଅକ୍ଷୟକୁ କାବୁ କରିଥିଲା । ଅଭିଯୁକ୍ତ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡ଼ିଛି । ତାଙ୍କ ବାପାଙ୍କର ଶୁଦ୍ଧିକ୍ରିୟା ପାଇଁ ସେ ଛୁଟି ଆବେଦନ କରିଥିଲେ ବି ତାହା ମିଳିନଥିଲା । ଏହା ଫଳରେ ସେ କିଛି ଦିନ ହେବ ମାନସିକ ଚାପରେ ଥିଲେ । ଏହି କାରଣରୁ ସେ ଗୁଳି ଚଳାଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking