34.1 C
Bhubaneswar
Thursday, March 28, 2024
Homeଅପରାଧସ୍ୱାମୀଙ୍କ ନିର୍ଯାତନା ସହି ନପାରି ଜୀବନ ହାରିଲେ ପତ୍ନୀ

ସ୍ୱାମୀଙ୍କ ନିର୍ଯାତନା ସହି ନପାରି ଜୀବନ ହାରିଲେ ପତ୍ନୀ

ଲକ୍ଷ୍ନୌ : ଆଠ ବର୍ଷ ହୋଇଗଲାଣି । ଆଉ ମାଡ଼ ଗାଳି ସହି ପାରିବିନି । ଜୀବନଟା ଦୁର୍ବିସହ ହୋଇ ପଡ଼ିଲାଣି । ଝିଅ ଜନ୍ମ କରିବା କ’ଣ ମୋର ଭୁଲ। ଡାଡି ମୋତେ କ୍ଷମା କରିଦେବ’ ଆମେରିକାର ନ୍ୟୁୟର୍କରେ ସ୍ୱାମୀଙ୍କ ନିର୍ଯାତନା ସହି ନପାରି ଜଣେ ଭାରତୀୟ ମହିଳା ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ ତିଆରି କରିଛନ୍ତି, ଯାହା ଏବେ ଭାଇରାଲ ହେଉଛି । ବର୍ଷ ବର୍ଷ ଧରି ଛାତିରେ ଚାପି ରଖିଥିବା କୋହକୁ ଭିଡିଓରେ ବଖାଣିବା ପରେ ଜୀବନ ହାରି ଦେଇଛନ୍ତି । କେତେ ଯେ ମାନସିକ ଚାପରେ ଥିଲେ ସେ ଭିଡିଓରୁ ଜଣାପଡ଼ୁଛି । ମୃତକ ଜଣକ ହେଲେ ଉତ୍ତର ପ୍ରଦେଶ ବିଜନୌରର ମନଦୀପ କୌର । ମନଦୀପ ତାଙ୍କ ସ୍ୱାମୀ ଏବଂ ଦୁଇ ଝିଅଙ୍କ ସହ ନ୍ୟୁୟର୍କରେ ରହୁଥିଲେ ।

ଅଭିଯୋଗ ଅନୁସାରେ ମନଦୀପଙ୍କୁ ତାଙ୍କ ସ୍ୱାମୀ ପ୍ରତିଦିନ ନିର୍ଯାତନା ଦେଇ ଆସୁଥିଲେ । ନିର୍ଯାତନାର କାରଣ ହେଲା ମନଦୀପଙ୍କ ପୁଅ ନୁହେଁ ଦୁଇଟି ଝିଅ ଜନ୍ମ ହୋଇଥିଲେ । ବଡ଼ ଝିଅର ବୟସ ୪ ଓ ଦ୍ୱିତୀୟ ଝିଅ ୨ ବର୍ଷ । ଆତ୍ମହତ୍ୟା ପୂର୍ବରୁ ମନଦୀପ ଏକ ଭିଡିଓରେ କାନ୍ଦି କାନ୍ଦି ତାଙ୍କ ନିର୍ଯାତନାର କଥା ବଖାଣିଛନ୍ତି । ସ୍ୱାମୀ ଓ ଶାଶୁଘର ଲୋକେ ଆତ୍ମହତ୍ୟା ପାଇଁ ତାଙ୍କୁ ବାଧ୍ୟ କରିଥିବା କହୁଛନ୍ତି । ମନଦୀପ ଆଠ ବର୍ଷ ହେଲା ଯନ୍ତ୍ରଣା ସହୁଛନ୍ତି ବୋଲି ଏହି ଭିଡିଓରେ କହିଛନ୍ତି । ୨୦୧୫ରେ ରଞ୍ଜୋତବୀର ସିଂହଙ୍କୁ ବାହା ହୋଇ ଆମେରିକାରେ ରହୁଥିଲେ ମନଦୀପ । ସେଠାରେ ତାଙ୍କ ସ୍ୱାମୀ ଜଣେ ଟ୍ରକ୍ ଡ୍ରାଇଭର୍ ଭାବେ କାମ କରନ୍ତି । ଏବେ ମନଦୀପଙ୍କ ମୃତଦେହକୁ ଆମେରିକାରୁ ଆଣିବାକୁ ତାଙ୍କ ପରିବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking