29.1 C
Bhubaneswar
Saturday, April 27, 2024
Homeଅପରାଧନାବାଳିକା ସହ ପ୍ରତିଦିନ ହେଉଥିଲା କିଛି ଏପରି....

ନାବାଳିକା ସହ ପ୍ରତିଦିନ ହେଉଥିଲା କିଛି ଏପରି….

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ଏକ ସ୍ପାରେ ୧୪ ବର୍ଷୀୟା ନାବାଳିକାଙ୍କୁ କିଛି ଅସାମାଜିକ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଗୁରୁବାର ସୂଚନା ଦେଇଛି କି ସ୍ପାର ସଞ୍ଚାଳକ ଅଭିଯୁକ୍ତଙ୍କ ସହିତ ଯୌନ ସମ୍ପର୍କ ରଖିବା ପାଇଁ ନାବାଳିକାଙ୍କୁ ବାଧ୍ୟ କରିଥିଲେ । ଏନେଇ ସେକ୍ଟର ୫୧ ମହିଳା ପୋଲିସ ଥାନାରେ ବୁଧବାର ରାତିରେ ୪ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କ ମଧ୍ୟରେ ସ୍ପା ଚଳାଉଥିବା ମହିଳା ମଧ୍ୟ ସାମିଲ ।

ପିଡିତା କହିଛନ୍ତି କି ଥାନାରେ ଏହା ତାଙ୍କର ଦ୍ୱିତୀୟ ଅଭିଯୋଗ । ପୂର୍ବରୁ ମଧ୍ୟ ଏନେଇ ସେ ଥରେ ଅଭିଯୋଗ କରିଥିଲେ । ଅନ୍ୟପଟେ ପୋଲିସର କହିବାନୁସାରେ ପ୍ରଥମ ଥର ଅଭିଯୋଗ ପରେ ସେ ତଦନ୍ତ କରିବା ପାଇଁ ସ୍ପା ଯାଇଥିଲା । କିନ୍ତୁ ଜଣେ ଅଭିଯୁକ୍ତ ସେହି ନାବାଳିକାଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କୁ ୧୮ ବର୍ଷ ହେବା ପରେ ସେ ତାଙ୍କୁ ବିବାହ କରିବେ ବୋଲି ପୋଲିସ ଆଗରେ ସଫେଇ ଦେଇଥିଲେ । ତେଣୁ ମାମଲା ରଫାଦଫା ହୋଇଯାଇଥିଲା । ପିଡିତା ମଧ୍ୟ ଏଥିରେ ସମ୍ମତି ଜଣାଇଥିଲେ ।

କିନ୍ତୁ ଏବେ ପିଡିତା କହିଛନ୍ତି କି ସେ ବିବାହ ପାଇଁ ମନା କରିଦେଲା ଏବଂ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଛି । ପିଡିତାଙ୍କ ଅଭିଯୋଗ ଅନୁସାରେ ସେ ସେକ୍ଟର ୪୯ରେ ରୁହନ୍ତି ଏବଂ ସେ ଏକ ଚାକିରୀ ଖୋଜୁଥିଲେ । ସେ ପୂଜା ନାମକ ଜଣେ ଯୁବତୀଙ୍କୁ ଭେଟିଲେ ଏବଂ ସେ ତାଙ୍କୁ ଓମେକ୍ସ ଗୁରୁଗ୍ରାମ ମଲର ପ୍ରଥମ ମହଲାରେ ସ୍ଥିତ କିଙ୍ଗ୍ ସ୍ପାରେ ରିସପସନିଷ୍ଟ ରୂପେ ନିଯୁକ୍ତି ଦେଇ ପାରିବେ ବୋଲି କହିଲେ ।

ପୋଲିସ ଅନୁସାରେ ପିଡିତା ଅଭିଯୋଗରେ ଲେଖିଛନ୍ତି କି ’ପ୍ରଥମ ଦିନରୁ ହିଁ ମୋ ପରୀକ୍ଷା ଆରମ୍ଭ ହୋଇଗଲା । ମୋତେ ଜଣେ ବ୍ୟକ୍ତିଙ୍କ ସହିତ ଜବରଦସ୍ତି ଏକ ରୁମକୁ ପଠାଇଦିଆଗଲା ଯେଉଁଠି ମୋତେ ଦୁଷ୍କର୍ମ କରାଗଲା ।’ ଯେତେବେଳେ ସେ ଚାକିରୀ ଛାଡିଦେବେ ବୋଲି କହିଲେ ସେତେବେଳେ ସେହି ବ୍ୟକ୍ତି ସହିତ ତାଙ୍କର ଅଶ୍ଲୀଳ ଭିଡିଓ ମୋବାଇଲରେ ଦେଖାଇ ଚାକିରୀରେ ରହିବା ପାଇଁ ବାଧ୍ୟ କରାଗଲା । ଏହା ପରେ ପ୍ରତିଦିନ ୧୦ରୁ ୧୫ ଜଣ ପୁରୁଷ ତାଙ୍କ ଯୌନ ଶୋଷଣ କଲେ ବୋଲି ସେ ଅଭିଯୋଗରେ ଦର୍ଶାଇଥିବା ପୋଲିସ ସୂଚନା ଦେଇଛି ।

ତେବେ ପୋଲିସ ସୂଚନା ଅନୁସାରେ ପିଡିତା ଏପର୍ଯ୍ୟନ୍ତ ନିଜ ପ୍ରକୃତ ବୟସ ସମ୍ପର୍କରେ କୌଣସି ପ୍ରମାଣ ଦେଇନାହାଁନ୍ତି ଯାହା ଫଳରେ ଜଣା ପଡିବ ସେ ନାବାଳିକା କି ସାବାଳିକା ।  ତେବେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଏନେଇ ଯାଞ୍ଚ ଚାଲିଛି ଏବଂ ଆଇନ୍ ନିଜ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅଭିଯୋଗ ପରେ ୪ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇପିସି ଧାରା ୩୭୬-ଡି, ୩୨୩, ୫୦୬ ଏବଂ ୩୪ ଅନୁସାରେ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking