29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଆଜି ପୃଥିବୀ ସହ ଧକ୍କା ହେବ ଆଉ ଏକ ସୌର ଝଡ଼, ବ୍ଲାକ ଆଉଟ୍ ହୋଇଯିବ...

ଆଜି ପୃଥିବୀ ସହ ଧକ୍କା ହେବ ଆଉ ଏକ ସୌର ଝଡ଼, ବ୍ଲାକ ଆଉଟ୍ ହୋଇଯିବ ମୋବାଇଲ ସମେତ ସବୁ ନେଟ୍‌ଓ୍ଵାର୍କ

ନୂଆଦିଲ୍ଲୀ: ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବଡ଼ ବିପଦ। ସୂର୍ଯ୍ୟଙ୍କ ଆଡ଼ୁ ଏକ ବଡ଼ ସୌର ଝଡ଼ ପୃଥିବୀ ଆଡ଼କୁ ଖୁବ ବେଗରେ ଆସୁଛି, ଯାହା ପୃଥିବୀକୁ ସିଧାସଳଖ ପ୍ରଭାବିତ କରିପାରେ। ଏହି ଝଡ଼ ଆଗାମୀ ଦିନରେ ପୃଥିବୀକୁ ମାଡ଼ ହୋଇପାରେ ବୋଲି ସୂଚନା ଦେଇଛନ୍ତି ମହାକାଶ ବିଜ୍ଞାନୀ। ଏ ନେଇ ମହାକାଶ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି।

ମହାକାଶ ବିଜ୍ଞାନୀଙ୍କ କହିବାନୁସାରେ, ସୂର୍ଯ୍ୟଙ୍କ ଆଡ଼ୁ ଆସୁଥିବା ଏହି ସୌର ଝଡ଼ ବା ସୋଲାର ଷ୍ଟର୍ମ ଏକ ବଡ଼ ବିପଦ। ସାପ ଆକାରର ଏକ ସୋଲାର ଫ୍ଲେୟର ପୃଥିବୀରେ ଧକ୍କା ହେବ। ଏହି ଝଡ଼ ମାଡ଼ ହେବା ପରେ ସବୁ କିଛି ବ୍ଲାକ ଆଉଟ୍ ହୋଇଯିବ। ଏହା ଦ୍ୱାରା କେତେକ ସାଟେଲାଇଟ୍‌ ପ୍ରଭାବିତ ହେବ। ଏଥିସହ ଜିପିଏସ୍‌, ଟିଭି ସଞ୍ଚାର ଓ ରେଡିଓ ମଧ୍ୟ କାମ କରିବା ବନ୍ଦ କରି ଦେବ। ଏହାର ସବୁଠୁ ଅଧିକ ପ୍ରଭାବ ମୋବାଇଲ ସିଗନାଲ ଉପରେ ପଡ଼ିବ।

ଏହି ସୋଲାର ଷ୍ଟର୍ମ ଯୋଗୁ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍‌ ରେଡିଏସନ୍‌ ଓ ଉଷ୍ଣତା ବହୁତ ବଢ଼ିଯିବ। ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍‌ ରେଡିଏସନ୍‌ ଯୋଗୁ ପୃଥିବୀର ମ୍ୟାଗ୍ନେଟିକ୍‌ ଫିଲ୍ଡ ବା ଚୁମ୍ବକୀୟ କ୍ଷେତ୍ର ଉପରେ ପ୍ରଭାବ ପଡ଼ିବା ଦ୍ୱାରା ମୋବାଇଲ, ଟିଭିର ସିଗ୍‌ନାଲ ବନ୍ଦ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ବୈଜ୍ଞାନିକ।

ବୈଜ୍ଞାନିକଙ୍କ ମୁତାବକ, ଏବେ ସୂର୍ଯ୍ୟ ବେଶ୍‌ ସକ୍ରିୟ ଅଛନ୍ତି। ଏହି କାରଣରୁ ଜିଓମ୍ୟାଗ୍ନେଟିକ୍‌ ଝଡ଼ ଆସୁଛି। ଏହାକୁ ବୈଜ୍ଞାନିକ ଭାଷାରେ ଏମ୍‌ କ୍ଲାସ ଓ ଏକ୍ସ କ୍ଲାସ୍‌ର ଫ୍ଲେୟର୍ସ କୁହାଯାଏ। ଏହା ସବୁଠୁ ଶକ୍ତିଶାଳୀ ବର୍ଗର ଫ୍ଲେୟର୍ସ ପଠାଇଥାଏ, କାରଣ ଏବେ ସୂର୍ଯ୍ୟ ଆକ୍ଟିଭ୍‌ ଅଛନ୍ତି। ଏହି କାରଣରୁ ସୌର ଝଡ଼ ଆସିବାର ଆଶଙ୍କା ରହିଛି। ଏହା ଆଗାମୀ ୮ ବର୍ଷ ଯାଏଁ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking