31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶମାଗଣାରେ ରାସନ ବଣ୍ଟନ ନେଇ ସରକାରଙ୍କ ବଡ଼ ଘୋଷଣା: ଆହୁରି ୩ ମାସ ଯାଏଁ ଲୋକଙ୍କୁ...

ମାଗଣାରେ ରାସନ ବଣ୍ଟନ ନେଇ ସରକାରଙ୍କ ବଡ଼ ଘୋଷଣା: ଆହୁରି ୩ ମାସ ଯାଏଁ ଲୋକଙ୍କୁ ମିଳିବ ଖାଦ୍ୟ ସାମଗ୍ରୀ

ୟୁପି : ଆହୁରି ୩ ମାସ ଯାଏଁ ବଢ଼ିଲା ମାଗଣା ରାସନ ବଣ୍ଟନ। ଏନେଇ ଘୋଷଣା କରିଛନ୍ତି ଯୋଗୀ ସରକାର। ଉତ୍ତର ପ୍ରଦେଶର ଯୋଗୀ ସରକାର ଦ୍ୱିତୀୟ କାର‌୍ୟ୍ୟକାଳର ୧୦୦ ଦିନ ପୂରା ହେବା ଅବସରରେ ୧୫ କୋଟି ରାସନ କାର୍ଡ ଧାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଜୁଲାଇ ପ୍ରଥମ ସପ୍ତାହରେ ସରକାରଙ୍କ ୧୦୦ ଦିନ କାର‌୍ୟ୍ୟକାଳ ପୂରା ହେବା ଖୁସିରେ ମାଗଣା ରାସନ ଯୋଜନାକୁ ୩ ମାସ ପାଇଁ ବଢ଼ାଇ ଦିଆଯାଇଛି। ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ଦ୍ୱିତୀୟ ଇନିଂସ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣାରେ ରାସନ୍ ଯୋଜନାକୁ ୨୬ ମାର୍ଚ୍ଚରେ ୩ ମାସ ପାଇଁ ବଢ଼ାଇଥିଲେ। ଏବେ ଏହି ଯୋଜନାକୁ ୧୦୦ ଦିନ ପୂରଣ ହୋଇଥିବା ବେଳେ ସରକାର ପୁଣିଥରେ ଆଉ ୩ ମାସ ପାଇଁ ଯୋଜନାକୁ ବଢ଼ାଇବାକୁ ଘୋଷଣା କରିଛନ୍ତି। ତେବେ ସରକାର ୧୦୦ ଦିନ ପୂରଣ ହେବା ପୂର୍ବରୁ ହିଁ ଏହି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶ ବାସୀଙ୍କ ପାଇଁ ଯୋଗୀ ସରକାର ଅନ୍ତୋର୍ଦ୍ଦୟ ଯୋଜନାରେ ଜୁନ୍ ୩୦ ଯାଏଁ ମାଗଣାରେ ରାସନ୍ ଦେବାକୁ ଘୋଷଣା କରିଥିଲେ। ଏହି ଯୋଜନାରେ କାର୍ଡ ଧାରକଙ୍କୁ ୩୫ କିଲୋଗ୍ରାମ୍ ରାସନ୍ ଦିଆଯାଉଥିଲା। ଏହି ରାସନରେ ଗହମ, ଚାଉଳ, ଚିନି, ଡାଲି ଓ ଲୁଣ ଆଦି ସାମିଲ ଥିଲା। ରାଜ୍ୟ ସରକାରଙ୍କ ଏହି ଯୋଜନା ବ୍ୟତୀତ ଉତ୍ତର ପ୍ରଦେଶରେ ପିଏମ୍ ଗରିବ କଲ୍ୟାଣ ଯୋଜନାରେ ମଧ୍ୟ ମାଗଣା ରାସନ୍ ପ୍ରଦାନ କରାଯାଉଛି। ଯୋଗୀ ସରକାର ଦ୍ୱିତୀୟ କାର‌୍ୟ୍ୟକାଳର ୧୦୦ ଦିନ ଜୁଲାଇ ୪ରେ ପୂରା କରିଛନ୍ତି। ଏଣୁ ମାଗଣା ରାସନ ଯୋଜନାକୁ ସେପ୍ଟେମ୍ବର ୩୦ ଯାଏଁ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking