26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମାନବ ଶରୀରରେ ପ୍ରତ୍ୟାରୋପଣ ହେଲା ଘୁଷୁରୀ କିଡନୀ: ଦୀର୍ଘ ଦଶନ୍ଧି ଧରି ରିସର୍ଚ୍ଚ ପରେ ବୈଜ୍ଞାନିକଙ୍କୁ...

ମାନବ ଶରୀରରେ ପ୍ରତ୍ୟାରୋପଣ ହେଲା ଘୁଷୁରୀ କିଡନୀ: ଦୀର୍ଘ ଦଶନ୍ଧି ଧରି ରିସର୍ଚ୍ଚ ପରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା

ନୂଆଦିଲ୍ଲୀ: କିଡନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ଏଣିକି ମାନବ ଶରୀରରେ ଘୁଷୁରୀର କିଡନୀକୁ ପ୍ରତ୍ୟାରୋପଣ କରିହେବ । ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ପଶୁ ଅଙ୍ଗକୁ ପ୍ରତ୍ୟାରୋପଣ କରି ମାନବ ଜୀବନ ରକ୍ଷା ଉପରେ ରିସର୍ଚ୍ଚ କରିଆସୁଥିଲେ । ବର୍ତ୍ତମାନ ସମୟରେ ହେଉଥିବା ଅଙ୍ଗ ଅଭାବକୁ ଦୂର କରିବା ପାଇଁ ଘୁଷୁରୀ ଉପରେ ରିସର୍ଚ୍ଚ କରାଯାଇଥିଲା । ମାତ୍ର ଏ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଦେଖାଦେଇଥିଲା । ଘୁଷୁରୀ ଶରୀରରେ ଥିବା ଏକ ସୁଗାର ସେଲ୍ ମାନବ ଶରୀରରେ ପ୍ରତ୍ୟାରୋପଣକୁ ପ୍ରତ୍ୟାଖ୍ୟାନ କରିଥିଲା ବୋଲି କହିଛନ୍ତି ଡା. ରବର୍ଟ ମୋଣ୍ଟଗୋମେରି ।

ଗତ ମାସରେ ଡା. ରବର୍ଟ ଏକ ଟିମଙ୍କୁ ନେଇ ଏନୱାଇୟୁ ଲାଙ୍ଗୋନ ହେଲଥଠାରେ ଏହି ଅସ୍ତ୍ରୋପଚାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଅଙ୍ଗ ପ୍ରତ୍ୟାରୋପଣକୁ ଏହା ସଙ୍ଗେସଙ୍ଗେ ପ୍ରତ୍ୟାଖାନ କରିନଥାଏ ବୋଲି ସେ ଜାଣିପାରିଥିଲେ । ତେବେ ରିସର୍ଚ୍ଚ ଠିକ ବାଟରେ ଚାଲିଛି ଓ ଏହି ସଫଳତା ରୋଗୀ, ରିସର୍ଚ୍ଚ ଟିମ୍ ଓ ରେଗୁଲେଟରମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି କହିଥିଲେ ମିନେସୋଟା ମେଡିକାଲ ସ୍କୁଲର ଡା. ଆଡ୍ର୍ୟୁ ଆଡାମ୍ସ, ଯେ କି ଏହି ଟିମର ସଦସ୍ୟ ନଥିଲେ । ତେବେ ଜଣେ ମହିଳାଙ୍କ ମୃତଦେହକୁ ତାଙ୍କ ପରିବାରବର୍ଗଙ୍କ ସହମତିରେ ରିସର୍ଚ୍ଚ ଉଦ୍ଦେଶ୍ୟରେ ଏନୱାଇୟୁଠାରେ ରଖାଯାଇଛି । ମାନବ ଅଙ୍ଗ ଅଭାବକୁ ଦୂର କରିବା ପାଇଁ ଅନେକ ବାୟୋଟେକ କମ୍ପାନୀ ଘୁଷୁରୀ ଅଙ୍ଗକୁ ପ୍ରତ୍ୟାରୋପଣ ନେଇ ପ୍ରୟାସ ଜାରି ରଖିଛନ୍ତି । ତେବେ ୯୦ ହଜାରରୁ ଅଧିକ ଲୋକ ଆମେରିକାରେ ବର୍ତ୍ତମାନ କିଡନୀ ପ୍ରତ୍ୟାରୋପଣ ପାଇଁ ଅପେକ୍ଷା କରି ରହିଛନ୍ତି । ତେବେ ଅପେକ୍ଷା କରି କରି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଦିନ ୧୨ ଜଣ ମୃତ୍ୟୁବରଣ କରୁଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking