38.1 C
Bhubaneswar
Friday, April 26, 2024
Homeଓଡିଶାମନକୁ ସକାରାତ୍ମକ ଢଙ୍ଗରେ ବ୍ୟବହାର କରିବା ସମ୍ଭବ : ଶ୍ରୀ ଶାନ୍ତମନୁ

ମନକୁ ସକାରାତ୍ମକ ଢଙ୍ଗରେ ବ୍ୟବହାର କରିବା ସମ୍ଭବ : ଶ୍ରୀ ଶାନ୍ତମନୁ

ଭୁବନେଶ୍ୱର : ମନ କ’ଣ? ମନର ମୌଳିକ ବିଶେଷତ୍ୱ କ’ଣ? ମନ ସହିତ ଯୁଦ୍ଧ କରି
ନୁହେଁ ବା ମନ ଦ୍ୱାରା ପରିଚାଳିତ ହୋଇ ନୁହେଁ, ବରଂ ମନକୁ ସଠିକ ଭାବେ ବୁଝି ବନ୍ଧୁ ଭାବେ ଗ୍ରହଣ କଲେ,
ମନକୁ ସକାରାତ୍ମକ ଢଙ୍ଗରେ ବ୍ୟବହାର କରି ହେବ ।
୧୭ତମ ସୋଆ ପାକ୍ଷିକ ଏକାଡେମିକ ଲେକ୍‌ଚର ଶୃଙ୍ଖଳା ରେ ଶନିବାର ନିଜର ମତ ରଖି ଏହି ବକ୍ତବ୍ୟ
ଦେଇଛନ୍ତି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫେସନ ଟେକନୋଲଜି (ଏନ୍‌.ଆଇ.ଏଫ.ଟି) ର ମହା ନିର୍ଦ୍ଦେଶକ ଶ୍ରୀ ଶାନ୍ତମନୁ ।
ଆମର ଛୋଟ ଛୋଟ ମନକୁ ଯେତେବେଳେ ଆମେ ଏକ ବିରାଟ ମନ ବା ଐଶ୍ୱରିକ ମନ ସହିତ ଏକୀଭୂତ
କରିବାରେ ସକ୍ଷମ ହେବା ସେତେବେଳେ ହୃଦୟରେ ପ୍ରଶାନ୍ତି ଅନୁଭୂତ ହେବ ବୋଲି ସେ କହିଥିଲେ । ଶ୍ରୀ
ଶାନ୍ତମନୁଙ୍କ ବକ୍ତବ୍ୟର ଶୀର୍ଷକ ଥିଲା ‘ମାଇଣ୍ଡ ମ୍ୟାଟର୍ସ ମୋଷ୍ଟ’ ।
ସେ କହିଥିଲେ ଯେ ଯାବତୀୟ ଉତ୍କଣ୍ଠା ର ମୂଳ କାରଣ ହେଉଛି ସମୟକୁ ସଠିକ ଢଙ୍ଗରେ ବ୍ୟବହାର
କରିବାରେ ଅପାରଗତା । ଜାମୁ ଜିଲ୍ଲାରେ କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ସମୟରେ ତାଙ୍କର ଅଭିଜ୍ଞତା
ବର୍ଣ୍ଣନା କରି ଶ୍ରୀ ଶାନ୍ତମନୁ କହିଥିଲେ ଯେ କାର୍ଯ୍ୟ ଶୈଳୀକୁ ଶୃଙ୍ଖଳିତ କରିବା ନିମନ୍ତେ ସେ ଫୋର –ଡି
ପ୍ରଣାଳୀ ର ଅନୁସରଣ କରୁଥିଲେ ।
ଏହାର ବିଶଦ ବ୍ୟାଖ୍ୟା କରି ସେ କହିଥିଲେ ଯେ ଯେଉଁ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ସେଗୁଡିକୁ ନିଜ ହାତକୁ
ନେଇ ସେ ସଂପାଦନ କରୁଥିଲେ । ଯାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ମାତ୍ର ଜରୁରୀ ସେଗୁଡିକୁ ବିଶ୍ୱସ୍ତ ଓ ସକ୍ଷମ
ସହକର୍ମୀ ମାନଙ୍କୁ ହସ୍ତାନ୍ତର କରୁଥିଲେ ଓ ଯାହା ଗୁରୁତ୍ୱପୂର୍ଣ୍ଣ ମାତ୍ର ଜରୁରୀ ନୁହେଁ ସେଗୁଡିକୁ ବିରାମ
ଦେଉଥିଲେ । ଶେଷରେ ଯାହା ଆଦୌ ଗୁରୁତ୍ୱପୂର୍ଣ୍ଣ ବା ଜରୁରୀ ନୁହେଁ ସେଗୁଡିକ ସଂପୂର୍ଣ୍ଣ ମନରୁ ପୋଛି
ପକାଉଥିଲେ ।
ଶ୍ରୀ ଶାନ୍ତମନୁ କହିଥିଲେ ଏହି ପ୍ରଣାଳୀ ରେ କାର୍ଯ୍ୟ କରୁୁଥିବା ଯୋଗୁଁ ତାଙ୍କର ମନ ଶାନ୍ତ ରହୁଥିଲା ଓ ଏହା
ସଠିକ ନିଷ୍ପତି ନେବା ସହ ସୁଚାରୁ ରୂପେ କାର୍ଯ୍ୟ ସଂପାଦକ କରିବା ନିମନ୍ତେ ତାଙ୍କୁ ସାହାଯ୍ୟ କରୁଥିଲା ।
ସୋଆ ବିଶ୍ୱବିଦ୍ୟାଳୟର ୟୁନିଭର୍ସିଟି ଆଉଟରିଚ ପ୍ରୋଗାମ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ବକ୍ତାଙ୍କ
ପରିଚୟ ପ୍ରଦାନ ସହ ଦିଲ୍ଲୀ ଏନ୍‌.ଆଇ.ଏଫ.ଟି ପରିସର ମଧ୍ୟରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଶେଷରେ ଶ୍ରୀ ଶାନ୍ତମନୁ ଛାତ୍ରଛାତ୍ରୀ ମାନଙ୍କ ପ୍ରଶ୍ନର ଉତର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking