26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶ୧୪ ଦିନିଆ ପୋଲିସ ହେପାଜତକୁ ଗଲା ଦିଲ୍ଲୀରୁ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ

୧୪ ଦିନିଆ ପୋଲିସ ହେପାଜତକୁ ଗଲା ଦିଲ୍ଲୀରୁ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀ ଲକ୍ଷ୍‌ମୀ ନଗର ଅଂଚଳରୁ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ମୋହମ୍ମଦ ଅସରଫ ଓରଫ ଅଲୀକୁ ଦିଲ୍ଲୀ ଅଦାଲତ ୧୪ ଦିନିଆ ପୁଲିସ ହେପାଜତକୁ ପଠାଇ ଦେଇଛି । ଏହାପୂର୍ବରୁ ପୋଲିସ କହିଥିଲା ଯେ, ଅସରଫ ନିକଟରୁ ମାରଣାସ୍ତ୍ର ଓ ଗୋଳା ବାରୁଦ ଜବତ କରାଯାଇଛି । ମଙ୍ଗଳବାର ଦିନ ଅଧିକାରୀ ଏହି ସୂଚନା ପ୍ରଦାନ କରିଥିଲେ । ପୁଲିସ ଉପାୟୁକ୍ତ ପ୍ରମୋଦ ସିଂହ କୁଶବାହା କହିଛନ୍ତି ଯେ, ପାକିସ୍ତାନର ପଂଜାବରେ ରହୁଥିବା ମୋହମ୍ମଦ ଅସରଫ ଓରଫ ଅଲୀ ଜାଲ କାଗଜପତ୍ର ଦ୍ୱାରା ଭାରତୀୟ ପ୍ରମାଣ ପତ୍ର ବନାଇଥିଲା । ଭାରତୀୟ ନାଗରିକ ଭାବେ ରହୁଥିଲା । ସୋମବାର ତାକୁ ଗିରଫ କରାଯାଇଛି । ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ସେ ଏଠାରେ ରହୁଥିଲା ଓ ସ୍ଲିପର ସେଲ ଭଳି କାମ କରୁଥିଲା । ଆତଙ୍କବାଦୀ କାର୍ଯ୍ୟକଳାପକୁ ସଫଳ କରାଇବା ଏହାର କାମ ଥିଲା । ହେଲେ ତାକୁ ଏବେ ଟାର୍ଗେଟ ଦିଆଯାଇନଥିଲା । ଅସରଫ ବାଙ୍ଗଲାଦେଶ ରାସ୍ତାରେ ଭାରତ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking