27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶମମତା ବାନାର୍ଜୀଙ୍କ ସରକାରୀ ଅଫିସରେ ନିଆଁ

ମମତା ବାନାର୍ଜୀଙ୍କ ସରକାରୀ ଅଫିସରେ ନିଆଁ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରୀ ଅଫିସରେ ହଠାତ ନିଆଁ ଲାଗିଯାଇଛି । ବେଙ୍ଗଲ ସଚିବାଳୟର ୧୪ତମ ମହଲାରେ ଥିବା ଦିଦିଙ୍କ ଅଫିସରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଦୁର୍ଗାପୂଜା ଯୋଗୁ ରାଜ୍ୟ ସଚିବାଳୟ ବନ୍ଦ ରହିଛି । ଅଗ୍ନିକାଣ୍ଡ ବେଳେ କୌଣସି କର୍ମଚାରୀ ଏହା ମଧ୍ୟରେ ନଥିବା ଜଣାପଡିଛି । ତେଣୁ ଘଟଣାରେ କେହିବି ମୃତାହତ ହୋଇନାହାଁନ୍ତି । ସେପଟେ ଅଗ୍ନିକାଣ୍ଡ ଯୋଗୁ ଅଫିସରେ ଥିବା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନଷ୍ଟ ହୋଇଛି କି ନାହିଁ, ସେ ନେଇ କିଛି ସୂଚନା ମିଳିନି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି । ରିପୋର୍ଟ ଲେଖା ହେବା ବେଳକୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking