29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶଦୁନିଆର ରହସ୍ୟମୟୀ ଖଜାନା, ଯିଏ ଖୋଜିବାକୁ ଗଲା ଆଉ ଫେରିନି

ଦୁନିଆର ରହସ୍ୟମୟୀ ଖଜାନା, ଯିଏ ଖୋଜିବାକୁ ଗଲା ଆଉ ଫେରିନି

ନୂଆଦିଲ୍ଲୀ: ରହସ୍ୟରେ ଭରି ରହିଥିବା ଏହି ଦୁନିଆରେ ଅନେକ ରାଜ ରହିଛି, ଯାହା ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିପାରିନାହିଁ ।
ଦୁନିଆରେ ପ୍ରତିଟି ବ୍ୟକ୍ତିର ଇଚ୍ଛା ଥାଏ କି ତା ପାଖରେ ଧନ ଦୌଲତ, ହୀରା,  ସୁନା ରୂପା ଥାଉ । ଇତିହାସରେ ଏମିତି ଅନେକ ଲୋକ ଥିଲେ ଯିଏ ନିଜ ପାଖରେ ବିପୁଳ ମାତ୍ରାରେ ଏ ସବୁ ଜିନିଷ ସାଇତି ରଖିଥିଲେ । ହେଲେ ସେମାନଙ୍କ ମୃତ୍ୟୁ ପରେ ଏହା ଜଣାପପାରିନାହିଁ ଯେ ସେମାନଙ୍କ ଖଜାନା କେଉଁଠି ଅଛି ।  ଆଜି ବି ଅନେକ ଏହାର ସନ୍ଧାନରେ ଲାଗିଛନ୍ତି । ତେବେ ଏହି ଖଜାନାର ସନ୍ଧାନରେ ଅନେକ ଜଣଙ୍କ ମୃତ୍ୟୁ ବି ହୋଇସାରିଛି ।
ଚଙ୍ଗେଜ ଖାନଙ୍କ ଖଜାନା
ମୋଙ୍ଗୋଲ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିବା ଚଙ୍ଗେଜ ଖାନ ନିଜ ସମୟରେ ଦୁନିଆର ସବୁଠୁ ପ୍ରସିଦ୍ଧ ଓ ମହାନ ଯୋଦ୍ଧା ଥିଲେ । ସେ ସମୟରେ ଚଙ୍ଗେଜ ଖାନ ପ୍ରାୟ ସମଗ୍ର ଦୁନିଆରେ ବିଜୟ ହାସଲ କରିଥିଲେ ଓ ବିପୁଳ ମାତ୍ରାରେ ଧନ ଦୌଲତ ଜମା କରିପାରିଥିଲେ । ୧୨୨୭ରେ ଚଙ୍ଗେଜ ଖାନଙ୍କ ମୃତ୍ୟୁ ହୋଇଥିଲା । କୁହାଯାଏ, ଏକ ଅଜ୍ଞାତ ସ୍ଥାନରେ ତାଙ୍କ ଶବ ଓ ଖଜାନାକୁ କବର ଦିଆଯାଇଥିଲା । ତେବେ ଯିଏ ବି ଏହାକୁ ଖୋଜିବାକୁ ଯାଇଚି ସେ କେବେ ବି ଫେରି ଆସିପାରିନାହିଁ ।
ଦ ଅମ୍ବର ରୁମ
ଋଷରେ ଦ ଅମ୍ବର ରୁମ ଏକ ପ୍ରସିଦ୍ଧ ମହଲ ଥିଲା । ସେଂଟ ପିଟର୍ସବର୍ଗ ସହର ନିକଟରେ ଏହା ଅବସ୍ଥିତ ଥିଲା । ଏକ କୋଠରୀ ଭଳି ଦ ଅମ୍ବର ରୁମ ଚ୍ୟାମ୍ବର ପରି ଥିଲା । ଏହାର ନିର୍ମାଣ ୧୭୦୭ରେ ପାର୍ଶିଆରେ କରାଯାଇଥିଲା । ଏହା ପିଟର ଦ ଗ୍ରେଟଙ୍କୁ ଋଷ ଓ ପର୍ଶିଆ ମଧ୍ୟରେ ଶାନ୍ତି ଉପହାରରେ ମିଳିଥିଲା । ୧୯୪୧ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜିଆଁ ଏହା ଉପରେ କବଜା କରିନେଇଥିଲେ ଓ ଏହାକୁ ସୁରକ୍ଷିତ କରିବା ପାଇଁ ଏହାକୁ ଭିନ୍ନ ଭିନ୍ନ ଅଂଶରେ ବାଣ୍ଟିଦେଲେ । ଏ ସମସ୍ତ ଅଂଶକୁ ୧୯୪୩ରେ ଏକ ମ୍ୟୁଜିଅମରେ ପ୍ରଦର୍ଶିତ କରାଗଲା । ସେହିଠାରୁ ଦ ଅମ୍ବର ରୁମ ନିଖୋଜ ହୋଇଗଲା । ଏହାପରେ ଏହି ଖଜାନାର ଆଜି ପର୍ଯ୍ୟନ୍ତ କିଛି ସତ୍ୟାସତ୍ୟ ଜଣାପଡିନାହିଁ ।
ଫରେଷ୍ଟ ଫେନଙ୍କ ଖଜାନା
ସଂଯୁକ୍ତ ରାଜ୍ୟ ଆମେରିକା ର ବାୟୁ ସେନାରେ ଫରେଷ୍ଟ ଫେନ କାମ କରୁଥିଲା ଓ ସେ ଜଣେ ପାଇଲଟ ଥିଲେ । ଫରିଷ୍ଟ ଫେନ ମୂଲ୍ୟବାନ ଧାତୁର ବ୍ୟବସାୟ ଥିଲା । ଯାହାର ମୂଲ୍ୟ ଅରବ ଡଲାର ଥିଲା । ୧୯୮୦ରେ ସେ ଗୁରୁତର ରୋଗରେ ପିଡିତ ହେବାରୁ ନିଜ ଅରବ ଡଲାରର ଖଜାନାକୁ କେଉଁଠି ଲୁଚାଇ ରଖିଦେଲେ । ତେବେ ତାକୁ ଖୋଜିବା ପାଇଁ ଲୋକଙ୍କୁ ସେ କିଛି ସଂକେତ ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ସେହି ଖଜାନାର ସନ୍ଧାନରେ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଛି ।
ଜେନ ଲୌଫିଟ ଖଜାନା
ଫ୍ରାନ୍ସରେ ରହୁଥିବା ଜୈନ ଲୌଫିଟ ଓ ତାଙ୍କ ଭାଇ ପିୟରେ ସାମୁଦ୍ରିକ ଡାକୁ ଥିଲେ । ଦୁହେଁ ମ୍ୟାକ୍ସିକୋ ରେ ହାମଲା କରି ମର୍ଚାଣ୍ଟ ଜାହାଜ ଲୁଟିଥିଲେ । ୧୮୨୩ରୁ ୧୮୩୦ ମଧ୍ୟରେ ଲୌଫିଟର ମୃତ୍ୟୁ ହୋଇଗଲା । ପରେ ତା ଖଜାନାକୁ ନେଇ ଭିନ୍ନ ଭିନ୍ନ କଥା କୁହାଯିବାକୁ ଲାଗିଲା । ନ୍ୟୁ ଆର୍ଲିୟାନ୍ସ ତଟ ଆଖପାଖରେ କେଉଁଠି ତା ଖଜାନା ଲୁଚା ଯାଇଥିବା କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking