33.1 C
Bhubaneswar
Saturday, April 27, 2024
Homeଓଡିଶାଯାଜପୁରକଏଦୀ ଫେରାର ଥାନ ରେ ଏତଲା

କଏଦୀ ଫେରାର ଥାନ ରେ ଏତଲା

ଯାଜପୁର: ଯାଜପୁର ଜିଲ୍ଲାର ଯାଜପୁର ରୋଡ ଉପ କାରାଗାରେ ଏକ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲରୁ ଚମ୍ପଟ,ମାମଲା ରୁଜୁ ହେଇଥିବା ଜଣାପଡିଛି l ସୂଚନା ମୁତାବକ ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅଂଚଳର ଶୁକ୍ରା ମୁଣ୍ଡା ନାମକ ବ୍ୟକ୍ତି ଏକ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଭାବେ ଯାଜପୁର ରୋଡ ଉପ କାରାଗାରରେ ସଜ୍ଜା କାଟୁଥିଲା l ଗତ 30 ତାରିଖ ଦିନ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲରେ ଭାର୍ତି ହୋଇଥିଲେ l ତାଙ୍କୁ ଜଗିବା ନିମନ୍ତେ ଜେଲର ତିନିଜଣ ସୁରକ୍ଷା କର୍ମୀ ଓ ଜେଲରେ ନିଯୁକ୍ତି ଥିବା ଫାର୍ମାସିଷ୍ଟିଙ୍କ ଉପରେ ଦାଇତ୍ୱ ଦିଆଯାଇଥିଲା l ମାତ୍ର କୌଶଳ କ୍ରମେ ଶୁକ୍ରା ମୁଣ୍ଡା କଟକ ମେଡିକାଲରୁ ଗତକାଲି ଖସି ଯାଇଛନ୍ତି l ତେବେ ଜେଲ କର୍ମଚାରୀ ଶୁକ୍ରା ଖସି ଯାଇଥିବା ଜାଣିବାକୁ ପାଇ କଟକର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ l ମାତ୍ର ଅଭିଯୁକ୍ତ ଆଉ ନମିଳିବାରୁ ଯାଜପୁର ରୋଡ ଉପ କାରାଗାରର କର୍ମଚାରୀ ମହେନ୍ଦ୍ର କୁମାର ମୃର୍ମୁ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବା ଜଣାପଡିଛି l ସେପଟେ ମଙ୍ଗଳାବାଗ ପୋଲିସ ଏତଲା ପାଇବା ପରେ କେସ ନମ୍ବର 149/22ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking