ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢିବାକୁ ନେଇ ତତ୍ପରତା । କାଲି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ହୋଇଛି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସିଏମସି ଓ ବିଏମସି ରେ ସଂକ୍ରମଣ ବଢିଛି, ଅଧିକ ଟେଷ୍ଟିଂ କରାଯିବ । ବିଏମସିରେ ଟେଷ୍ଟିଂ କେନ୍ଦ୍ର ବଢାଯାଇଛି, ଟେଷ୍ଟିଂ ବଢାଇବୁ । ୨୦ଟି ଲେଖାଏଁ ବେଡ୍ ରଖିବାକୁ ସରକାରୀ ହସ୍ପିଟାଲକୁ କହିଛୁ । ଦରକାର ହେଲେ ଘରୋଇ ହସ୍ପିଟାଲକୁ ମଧ୍ୟ ବେଡି ପାଇଁ କୁହାଯିବ । ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହେବା ହାର ବହୁତ କମ୍ ରହିଛି । ସ୍ପେଶାଲ ଡ୍ରାଇଭରେ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଦେବୁ ।