26.1 C
Bhubaneswar
Wednesday, May 8, 2024
Homeଓଡିଶାଜୁଲାଇ ୧୬ ଯାଏ ଆଂଶିକ ଲକଡାଉନ

ଜୁଲାଇ ୧୬ ଯାଏ ଆଂଶିକ ଲକଡାଉନ

ଭୁବନେଶ୍ୱର: ଜୁଲାଇ ୧୬ ତାରିଖ ସକାଳ ୫ଟା ଯାଏ  ରାଜ୍ୟରେ ଆଂଶିକ ଲକଡାଉନ ଲକଡାଉନ ଘୋଷଣା ହୋଇଛି । ସଂକ୍ରମଣ କମିଥିବାରୁ କାଟେଗୋରୀ ‘ଏ’କୁ ଆଉ ୩ ଜିଲ୍ଲା ଉନ୍ନୀତ ହୋଇଛନ୍ତି । ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା କାଟେଗୋରୀ ‘ଏ’କୁ ଯାଇଛନ୍ତି । ୩ ଜିଲ୍ଲାରେ ପଜିଟିଭିଟି ରେଟ୍ ୫ ପ୍ରତିଶତକୁ କମିଥିବାରୁ କାଟେଗୋରୀ ‘ଏ’କୁ ଯାଇଛନ୍ତି । ସଂକ୍ରମଣ କମିଥିବା ୨୦ଟି ଜିଲ୍ଲା କାଟେଗୋରୀ ‘ଏ’ରେ ସାମିଲ ରହିଛନ୍ତି । ସେହି ୨୦ ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେବଗଡ, ଅନୁଗୁଳ, ବରଗଡ, ସୁବର୍ଣ୍ଣପୁର, ଢେଙ୍କାନାଳ, ବଲାଙ୍ଗୀର, ବୌଦ୍ଧ, ନୂଆପଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଗଂଜାମ, ରାୟଗଡା, ଗଜପତି, କୋରାପୁଟ, ମାଲକାନଗିରି ।
ପଜିଟିଭିଟି ୫ରୁ ଅଧିକ ଥିବା ବାକି ୧୦ ଜିଲ୍ଲା କାଟେଗୋରୀ ‘ବି’ରେ ରହିଛନ୍ତି । ସ୍ଥିତି ଦେଖି ଗ୍ରାଜୁଆଲି ଅନଲକ ଆରମ୍ଭ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।
କାଟେଗୋରୀ ‘ଏ’
କାଟେଗୋରୀ ‘ଏ’ରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବ । ୨୦ ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ଖୋଲିବ । ସପିଂ ମଲ୍‌, ପାର୍ଲର ଆଦି ଛାଡି ଆଉ ସବୁ ଦୋକାନ ଖୋଲିବ । ୨୦ ଜିଲ୍ଲାରେ ଧାର‌୍ୟ୍ୟ ସିଟରେ ବସ ଓ ଟ୍ୟାକ୍ସି ଚଳାଚଳ କରିବ । ୨୦ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂ କୁ ଅନୁମତି ମିଳିବ । ସେହି ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ରହିବ ନାହିଁ । ସପ୍ତାହର ସାତ ଦିନ ପର‌୍ୟ୍ୟନ୍ତ ୨୦ ଜିଲ୍ଲାରେ ୬ରୁ ୬ ଦୋକାନ ଖୋଲିବ । ସେହିଭଳି ୨୦ ଜିଲ୍ଲାରେ ସାପ୍ତାହିକ ହାଟ ଖୋଲିବାକୁ ବି ଅନୁମତି ମିଳିବ । ସାରା ରାଜ୍ୟରେ ସନ୍ଧ୍ୟା ୬ରୁ ସକାଳ ୬ ନାଇଟ କର୍ଫ୍ୟୁ ରହିବ । ମଲ, ସିନେମା ହଲ ଖୋଲିବ ନାହିଁ । ଯାତ୍ରା ଚାଲିପାରିବ ନାହିଁ । ବାହାଘର, ଶୁଦ୍ଧିକ୍ରିୟା ପାଇଁ କଟକଣା ବଳବତ୍ତର ରହିବ । ବାହାଘର, ଶୁଦ୍ଧି କାର‌୍ୟ୍ୟରେ ଭୋଜି ଦିଆଯିବ ନାହିଁ । ଖାଦ୍ୟ ପାର୍ସଲ ଦେବେ ।
କାଟେଗୋରୀ ‘ବି’
କାଟେଗୋରୀ ‘ବି’ ରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲିବ । କାଟେଗୋରୀ ‘ବି’ ରେ ଆସୁଥିବା ଜିଲ୍ଲା ଗୁଡିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଂଜ ।  ୧୦ ଜିଲ୍ଲାରେ ମଲ, ପାର୍ଲର, ସ୍ପା ଛାଡି ସବୁ ଦୋକାନ ଖୋଲିବ । ସବୁ ଦୋକାନ ସକାଳ ୬ଟାରୁ ଦିନ ୨ଟା ଯାଏଁ ଖୋଲିବାକୁ ଅନୁମତି ମିଳିବ । କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ । ଯେଉଁଠି ଗାଇଡଲାଇନ ଉଲ୍ଲଂଘନ ହେବ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିବାକୁ ଅନୁମତି ମିଳିବ । ସେହିଭଳି ୧୦ ଜିଲ୍ଲାରେ ଆଉଟଡୋର ସୁଟିଂ ପାଇଁ ସରକାର ଅନୁମତି ଦେଇଛନ୍ତି ।  ଉଠାଦୋକାନୀ ଦୋକାନ ଖୋଲିପାରିବେ । ଜିନିଷ କେବଳ ପାର୍ସଲ ଦେଇପାରିବେ । କାଟେଗୋରୀ ‘ବି’ ଜିଲ୍ଲାରେ ବସ ଚଳାଚଳ ପାଇଁ ଏବେ ଅନୁମତି ନାହିଁ ।  ମଲ, ସିନେମା ହଲ ଖୋଲିବ ନାହିଁ । ଯାତ୍ରା ଚାଲିପାରିବ ନାହିଁ । ବାହାଘର, ଶୁଦ୍ଧିକ୍ରିୟା ପାଇଁ କଟକଣା ବଳବତ୍ତର ରହିବ । ବାହାଘର, ଶୁଦ୍ଧି କାର୍ଯ୍ୟରେ ଭୋଜି ଦିଆଯିବ ନାହିଁ । ଖାଦ୍ୟ ପାର୍ସଲ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking