27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଘୋଷଣା କଲେ ମମତା ବାନାର୍ଜୀ

ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଘୋଷଣା କଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବୁଧବାର ଷ୍ଟୁଡେଣ୍ଟ କ୍ରେଡିଟ କାର୍ଡ ଲଂଚ କରିଛନ୍ତି । ଏହି କ୍ରେଡିଟ କାର୍ଡ ଜରିଆରେ ଛାତ୍ର ସାଧାରଣ ବାର୍ଷିକ ସୁଧ ଦର ଉପରେ ଅଧିକତମ ୧୦ ଲକ୍ଷ ଟଙ୍କା ଲୋନ ନେଇପାରିବେ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା ଘୋଷଣା କରି କହିଛନ୍ତି, ମୋତେ ଏହି ଘୋଷଣା କରି ଖୁସି ଲାଗୁଛି ଯେ, ପଶ୍ଚିମବଙ୍ଗରେ ଆଜି ଛାତ୍ରଛାତ୍ରୀଙ୍କ ପାଇଁ କ୍ରେଡିଟ କାର୍ଡ ଲଂଚ କରାଯାଇଛି । ପଶ୍ଚିମବଙ୍ଗରେ ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସାଧାରଣ ବାର୍ଷିକ ସୁଧ ଦର ଉପରେ ଏହି ଯୋଜନା ଅନୁସାରେ, ୧୦ ଲକ୍ଷ ପର୍ଯ୍ୟନ୍ତ ଲୋନ ଦିଆଯିବ । ଅନ୍ୟପଟେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ହୋଇଥିବା ହିଂସା ଘଟଣାର ଯାଡଚ ପାଇଁ କଲିକତା ହାଇକୋର୍ଟ ପକ୍ଷରୁ ଗଠିତ ସମିତି ବୁଧବାର ଏକ ଅନ୍ତରୀଣ ରିପୋର୍ଟ ଦାଖଲ କରିଛି । କଲିକତା ହାଇକୋର୍ଟ ରାଜ୍ୟରେ ନିର୍ବାଚନ ପରେ ହିଂସା ଅଭିଯୋଗର ଯାଂଚ ପାଇଁ ଏକ ସିମିତି ଗଠନ କରିଥିଲେ । ଏଥିରେ ୩୦ ଜୁନ ରେ ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା । ଯାଦବପୁର ବିଧାନସଭା ଅଂଚଳରେ ମଙ୍ଗଳବାର ଏହି କମିଟି ସଦସ୍ୟଙ୍କ ଉପରେ ଆକ୍ରମଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking