24.1 C
Bhubaneswar
Thursday, May 9, 2024
Homeଓଡିଶାଶିମିିଳିପାଳର ୯ଟି ଜାଗାରେ ନିଆଁ

ଶିମିିଳିପାଳର ୯ଟି ଜାଗାରେ ନିଆଁ

ଭୁବନେଶ୍ୱର: ଜଙ୍ଗଲ ନିଆଁ ନେଇ ଟାସ୍କଫୋର୍ସ ମୁଖ୍ୟଙ୍କ ପକ୍ଷରୁ ପ୍ରେସ ରିଲିଜ କରାଯାଇଛି । ଏବେ ଶିମିଳିପାଳରେ ୯ଟି ପଏଣ୍ଟରେ ନିଆଁ ଥିବା କହିଛନ୍ତି ଅଧ୍ୟକ୍ଷ । ଶିମିଳିପାଳର ୯ଟି ସମେତ ରାଜ୍ୟରେ ୭ ଶହ ଫାୟାର ପଏଣ୍ଟ ଚିହ୍ନଟ ହୋଇଛନ୍ତିି । ବର୍ତମାନ ରାଜ୍ୟରେ ଅଗ୍ନି ପରିସ୍ଥିତି ନିୟନ୍ତ୍ରଣରେ ରହିଛି । ୨୭୫୦ ବର୍ଗ କିଲୋମିଟର ଅଂଚଳରେ ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ୧୩ଟି ନଦୀ, ୪ କିସମର ଜଙ୍ଗଲ, ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୯ ପ୍ରଜାତିର ସରୀସୃପ ଏବଂ ୨୩୧ ପ୍ରଜାତିର ପକ୍ଷୀ ବସବାସ କରନ୍ତି । ଆଉ ଯଦି ଏହି ନିଆଁ ଶିମିଳିପାଳ ଅଭୟାରଣ୍ୟର କୋର୍ ଅଂଚଳକୁ ମାଡ଼ି ଯାଏ, ତେବେ ଏହା ବଡ଼ ସଂକଟ ଆଣିପାରେ । ନିଆଁ ଲିଭାଇବା ପାଇଁ ୧ ହଜାର ୫୦ ଜଣ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ୮ଶହ ଜଣ ବନ ବିଭାଗ କର୍ମଚାରୀ ଓ ୨୫୦ ଜଣ ଜଙ୍ଗଲ ଜଗୁଆଳି ନିଆଁ ଲିଭା କାମ ଜାରି ରଖିଛନ୍ତି । ଏହାସହ ୪୦ଟି ଗାଡି ଏହି କାମରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking