28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆସନ୍ତା ୧୬ରୁ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍

ଆସନ୍ତା ୧୬ରୁ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍

ଭୁବନେଶ୍ୱର : ମାର୍ଚ୍ଚ ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌ ଅନୁଷ୍ଠିତ ହେବ । ଏହା ୧୮ ତାରିଖରେ ସରିବ । ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍‌ ପାଇଁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଶୁକ୍ରବାର ଆଡମିଟ୍‌ କାର୍ଡ ଜାରି କରାଯାଇଛି । ପରୀକ୍ଷା କମ୍ପ୍ୟୁଟର୍‌ ବେସ୍‌ଡ ଟେଷ୍ଟ୍‌ ବା ସିବିଟି ମୋଡ୍‌ରେ ହେବ ବୋଲି ସୂଚନା ମିଳିଛି ।

ଓଡ଼ିଶାରେ ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ଢେଙ୍କାନାଳ, କଟକ, ବ୍ରହ୍ମପୁର, ବାଲେଶ୍ୱର, ଅନୁଗୁଳ, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ଜଗତସିଂହପୁର ସମେତ ୧୭ଟି ସହରର ୮୫ଟି କେନ୍ଦ୍ରରେ ଜେଇଇ ମେନ୍‌ ଅନୁଷ୍ଠିତ ହେବ । ସେହିପରି ଦେଶ ଓ ବିଦେଶରେ ୩୩୧ଟି କେନ୍ଦ୍ରରେ ପରୀକ୍ଷା ହେବ ବୋଲି ଏନ୍‌ଟିଏର ବରିଷ୍ଠ ପରୀକ୍ଷା ନିର୍ଦ୍ଦେଶକ ଡ. ସାଧନା ପରିସର ସୂଚନା ଦେଇଛନ୍ତି ।

ତେବେ ଛାତ୍ରଛାତ୍ରୀମାନେ ନିଜର ଆବେଦନ ଫର୍ମର ନମ୍ବର ଓ ଜନ୍ମ ତାରିଖ ଦେଇ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ ବୋଲି ଡ. ପରାସର କହିଛନ୍ତି । jeemain.nta.nic.inରୁ ଡାଉନ୍‌ଲୋଡ୍‌ ସମୟରେ ଅସୁବିଧା ହେଲେ ୦୧୧-୪୦୭୫୯୦୦୦ରେ ଯୋଗାଯୋଗ କରିବାକୁ କୁହାଯାଇଛି । ଯେଉଁମାନେ ଏକାଧିକ ବାର ଆବେଦନ କରିଛନ୍ତି, ସେମାନଙ୍କ ଆଡମିଟ୍‌ କାର୍ଡ ରଦ୍ଦ କରାଯାଇଛି । ସେହି ଛାତ୍ରଛାତ୍ରୀମାନେ ଏନ୍‌ଟିଏକୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଡାକରେ ଆଡମିଟ୍‌ କାର୍ଡ ଆସିବନି ବୋଲି ସ୍ପଷ୍ଟ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking