29.1 C
Bhubaneswar
Tuesday, May 7, 2024
Homeଜୀବନଶୈଳୀମୁଲତାନୀ ମାଟି ତ୍ୱଚା ପାଇଁ ହାନିକାରକ

ମୁଲତାନୀ ମାଟି ତ୍ୱଚା ପାଇଁ ହାନିକାରକ

ଭୁବନେଶ୍ୱର: ଆପଣମାନେ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଘରେ ତିଆରି ଫେସ୍ ପ୍ୟାକରେ ମୁଲତାନୀ ମାଟି ବ୍ୟବହାର କରୁଛନ୍ତି କି ? ଯାହାଦ୍ୱାରା ଆପଣ ଆପଣଙ୍କ ତ୍ୱଚାକୁ ଚିକ୍‌ଣ ରଖିବାକୁ ଚାହୁଁଥିବେ । କିନ୍ତୁ ତା ପୂର୍ବରୁ ଜାଣି ରଖିବାକୁ ଉଚିତ୍ କି ମୁଲତାନୀ ମାଟିକୁ କେଉଁ ପ୍ରକାର ତ୍ୱଚାରେ ବ୍ୟବହାର କରିପାରିବା , କେଉଁ ପ୍ରକାର ତ୍ୱଚାରେ ବ୍ୟବହାର କରିପାରିବା ନାହିଁ ଏବଂ କିପରି ବ୍ୟବହାର ରଖିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ମୁଲତାନୀ ମାଟି ବ୍ୟବହାର କରିବା ଦ୍ୱାରା ତ୍ୱଚା ପାଇଁ କିପରି କ୍ଷତିକାରକ ହୋଇଥାଏ ।
ମୁଲତାନୀ ମାଟି ସେନସିଟିଭ୍ ତ୍ୱଚା ପାଇଁ କ୍ଷତିକାରକ ହୋଇଥାଏ :
ଯେଉଁମାନଙ୍କର ସେନ୍‌ସିଟିଭ୍ ତ୍ୱଚା ହୋଇଥାଏ ସେମାନଙ୍କ ପାଇଁ ଯେକୌଣସି ବିୟୁଟି ପ୍ରଡକଟ୍ ବ୍ୟବହାର କଲେ ମଧ୍ୟ ତ୍ୱଚା ପାଇଁ କ୍ଷତିକାରକ ହୋଇଥାଏ । ସେମାନେ ମୁଲତାନୀ ମାଟିର ବ୍ୟବହାର କରିବା ଉଚିତ୍ ନୁହେଁ । କାରଣ ଏହାର ବ୍ୟବହାର ଦ୍ୱାରା ମୁହଁରେ ରାସେସ୍ ହେବା ସହ ମୁହଁର ପ୍ରକୃତିକ ଅଏଲ ଗ୍ଲାଣ୍ଡକୁ ନଷ୍ଟ କରି ଶୁଖାଇ ଦେଇଥାଏ । ଫଳରେ ମୁହଁ ଚିକ୍‌ଣ ହେବା ଅପେକ୍ଷା ଅଧିକ ଖରାପ ଦେଖାଯାଇଥାଏ ।
ଡ୍ରାଏ ସ୍କିନ୍ ହୋଇଥିଲେ ମୁଲତାନୀ ମାଟି ବ୍ୟବହାର କରନ୍ତୁ ନାହିଁ :
ଡ୍ରାଏ ସ୍କିନ୍ ହୋଇଥିଲେ ମୁଲତାନୀ ମାଟି ବ୍ୟବହାର କରିବା ଉଚିତ୍ ନୁହେଁ । କାରଣ ଏହା ମୁହଁକୁ ଆହୁରୀ ଡ୍ରାଏ କରି ଶୁଖାଇ ଦେଇଥାଏ । ଭଲରେ ତ୍ୱଚାରେ ଚୋପା ଛାଡ଼ିବା ଭଳି ଦେଖା ଯାଇଥାଏ । ଫଳରେ ଏହା ତ୍ୱଚା ପାଇଁ ହାନିକାରକ ହୋଇଥାଏ ।
ଆପଣଙ୍କୁ ଥଣ୍ଡା ବା କଫ ଜନିତ ରୋଗଥିଲେ ମୁଲତାନୀ ମାଟି ବ୍ୟବହାର କରନ୍ତୁ ନାହିଁ :
ଯେଉଁମାନଙ୍କୁ ଥଣ୍ଡା କିମ୍ବା କଫ ଜନିତ ରୋଗର ସମସ୍ୟା ଥାଏ ମୁଲତାନୀ ମାଟିରୁ ନିଜ ତ୍ୱଚାକୁ ଦୂରାଇ ରଖନ୍ତୁ । କାରଣ ମୁଲତାନୀ ମାଟି ଥଣ୍ଡା ହୋଇଥାଏ । ସେଥିପାଇଁ ଏହାକୁ ବ୍ୟବହର କଲେ ଆହୁରୀ ଅଧିକ ଥଣ୍ଡା ଜନିତ ରୋଗରେ ପୀଡ଼ିତ ହେବେ ।
ନିୟମିତ ଭାବେ ବ୍ୟବହାର କରନ୍ତୁ ନାହିଁ :
ଯଦି ଆପଣ ମୁଲତାନୀ ମାଟିକୁ ନିୟମିତ ଭାବେ ତ୍ୱଚାରେ ବ୍ୟବହାରେ କରୁଛନ୍ତି, ତେବେ ଏହାକୁ ତୁରନ୍ତୁ ବନ୍ଦ କରନ୍ତୁ । କାରଣ ଏହାକୁ ନିୟମିତ ଭାବେ ବ୍ୟବହାର କରିବା ଦ୍ୱରା ତ୍ୱଚାର ପ୍ରାକୃତିକ ତେଲକୁ ନଷ୍ଟ କରି ଦେଇଥାଏ । ଫଳରେ ତ୍ୱଚାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ ଏବଂ ତ୍ୱଚାରୁ ଚୋପା ଛାଡ଼ିବା ସହ ଅଧିକ ଖରାପ କରି ଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking