31.1 C
Bhubaneswar
Sunday, May 19, 2024
Homeଓଡିଶାକଟକରୁ ଆଜି ୪୧ ନୂଆ କରୋନା ପଜେଟିଭ ଚିହ୍ନଟ

କଟକରୁ ଆଜି ୪୧ ନୂଆ କରୋନା ପଜେଟିଭ ଚିହ୍ନଟ

ଭୁବନେଶ୍ୱର: କରୋନା ସଂକ୍ରମଣ ହ୍ରାସ ପାଇଥିଲେ ବି ଏବେ ସଂକ୍ରମଣ ଜାରି ରହିଛି । ପ୍ରତିଦିନ ଦେଶରୁ କରୋନା ପଜିଟିଭ ଚିହ୍ନଟ ହେବା ସହ ରାଜ୍ୟରୁ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି କଟକ ସହରରୁ ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୨୧ଟି କେସ ରହିଛି । ଏଥିସହିତ ୬୨ ଜଣ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି ।


ସଂଗରୋଧରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ଜଣେ ପୁରୁଷ କୋଭିଡ ଯୋଦ୍ଧାଙ୍କ ସମେତ, ୮ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ଗୃହ ସଂଗରୋଧରୁ ଚିହ୍ନଟ ୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସିଡିଏରୁ ୨ଜଣ, ଜଗତପୁର, ବାଲି ସାହି, ଶିବ ବଜାର, ସେକ୍ଟର ୭ସିଡିଏ ଏବଂ ନୟାବଜାରରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking