ଟସ ଜିତି ବୋଲିଂ ନିଷ୍ପତି ନେଲା ପଞ୍ଜାବ

ନୂଆଦିଲ୍ଲୀ : ଆଜି ଆଇପିଏଲ ମ୍ୟାଚ ରେ କିଙ୍ଗସ ଏକାଦଶ ପଞ୍ଜାବ କୁ ଭେଟୁଛି କୋଲକାତା ନାଇଟ ରାଇଡର୍ସ । ଏହି ଦୁଇ ଦଳ ମଧ୍ୟରେ ଆଜି କଡା ଟକର ଦେଖିବାକୁ ମିଳିବ । ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।ପ୍ଲେ-ଅଫ ଖେଳିବାକୁ ଏହି ମ୍ୟାଚ୍‌ ଜିତିବା ଉଭୟ ଦଳଙ୍କ ପାଇଁ ନିହାତି ଜରୁରୀ। ଏବେ ପଞ୍ଜାବ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଥିବା ବେଳେ କୋଲକାତା ୫ମ ସ୍ଥାନରେ ରହିଛି । ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପଞ୍ଜାବ ଦଳ ଗତ କିଛି ମ୍ୟାଚ ରେ ସେ ଭଲ ଖେଳ ପ୍ରଦର୍ଶନ କରିଛି । ସାରଜା କ୍ରିକେଟ ଷ୍ଟାଡିୟମରେ ଆଜିର ମ୍ୟାଚଟି ଅନୁଷ୍ଠିତ ହୋଇଛି । ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ପଞ୍ଜାବ ଦଳ । ଅନ୍ୟପଟେ କୋଲକତା ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here