28.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ଫେରିଲା ୟେସ୍ ବ୍ୟାଙ୍କରୁ ମହାପ୍ରଭୁଙ୍କ ଟଙ୍କା

ଆଜି ଫେରିଲା ୟେସ୍ ବ୍ୟାଙ୍କରୁ ମହାପ୍ରଭୁଙ୍କ ଟଙ୍କା

ଭୁବନେଶ୍ୱର : ୟେସ୍ ବ୍ୟାଙ୍କ ଉପରେ ଜାରି ହୋଇଥିବା ନିଷେଧାଦେଶକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ପ୍ରତ୍ୟାହାର କରିନେଇଛି। ଏଥିସହିତ ୟେସ୍ ବ୍ୟାଙ୍କ ପକ୍ଷରୁ ପୂର୍ଣ୍ଣାଙ୍ଗ ବ୍ୟାଙ୍କିଙ୍ଗ ସେବା ଯୋଗାଣ ଆରମ୍ଭ ହୋଇଛି। ଫଳରେ ଏହାର ଗ୍ରାହକମାନେ ପୂର୍ବଭଳି ବ୍ୟାଙ୍କରେ ଦେଣନେଣ କରିପାରିବେ। ଅନ୍ୟପକ୍ଷରେ ବ୍ୟାଙ୍କ ପୁନଃକାର୍ଯ୍ୟକ୍ଷମ ହେବା ଘୋଷଣା ପରେ ଏଠାରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିପୁଳ ଟଙ୍କା ଫେରିଆସିବା ଆଶାରେ ଓଡ଼ିଶାବାସୀ ଆଶ୍ୱସ୍ତିଲାଭ କରିଛନ୍ତି ।
ୟେସ୍ ବ୍ୟାଙ୍କ ପୁରୀ ଶାଖାରେ ଜମାଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ମଧ୍ୟରୁ ୩୮୯କୋଟି ଟଙ୍କା ଗୁରୁବାର ଫେରିବା ସମ୍ଭାବନା ଅଛି । ଏହି ଟଙ୍କା ବର୍ଷିକିଆ ଚୁକ୍ତିରେ ଗତବର୍ଷ ମାର୍ଚ୍ଚ ୧୯ରେ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା । ଏହି ଜମା ଅବଧି ଗୁରୁବାର ଶେଷ ହେବାକୁ ଯାଉଛି । ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ୩୮୯କୋଟି ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ରଖାଯିବ ବୋଲି ପ୍ରଶାସକ ପକ୍ଷରୁ ସୂଚନା ମିଳିଛ। ଅବଶିଷ୍ଟ ୧୫୬କୋଟି ଟଙ୍କାର ଜମା ଅବଧି ଆଗାମୀ ୩୦ ତାରିଖରେ ଶେଷହେବ। ସେଥିରେ କର୍ପସ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡ ଟଙ୍କା ରହିଛି ।
ଘରୋଇ ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ଜମା ରଖାଯିବା ଘଟଣାକୁ ନେଇ ବିବାଦ ପରେ ରାଜ୍ୟ ସରକାର ବୁଧବାର ଏକ ନିର୍ଦେଶନାମା ଜାରି କରିଥିଲେ। ଏଣିକି ଫାଉଣ୍ଡେସନ ଫଣ୍ଡ ଟଙ୍କା ଷ୍ଟେଟ୍ ବ୍ୟାଙ୍କରେ ରଖାଯିବ। କର୍ପସ ଫଣ୍ଡ ଏବଂ ଟେମ୍ପୁଲ ଫଣ୍ଡ ଟଙ୍କା ଅଧିକ ସୁଧ ଦେବାକୁ ପ୍ରସ୍ତୁତ ଥିବା ଦୁଇଟି ଜାତୀୟକରଣ ବ୍ୟାଙ୍କରେ ରଖିବାକୁ ସରକାର ଅନୁମତି ଦେଇଛନ୍ତି। ତେଣୁ ଆଗ୍ରହୀ ବ୍ୟାଙ୍କ ଗୁଡ଼ିକଠାରୁ ମନ୍ଦିର ପ୍ରଶାସନ ପ୍ରସ୍ତାବ ଆହ୍ବାନ କରିଛି । କୌଣସି ପରିସ୍ଥିତିରେ ଠାକୁରଙ୍କ ଟଙ୍କା ଆଉ ଘରୋଇ ବ୍ୟାଙ୍କରେ ଜମା କରାଯିବ ନାହିଁ । ରାଜ୍ୟ ସରକାର ଏବଂ ପରିଚାଳନା କମିଟି ନିଷ୍ପତ୍ତି କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ ବୋଲି ପ୍ରଶାସକ ଅଜୟ କୁମାର ଜେନା ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking