30.1 C
Bhubaneswar
Friday, April 26, 2024
Homeଓଡିଶାଆଜିଠାରୁ କଟକରେ ଖୋଲିବ ସପିଂମଲ

ଆଜିଠାରୁ କଟକରେ ଖୋଲିବ ସପିଂମଲ

କଟକ : ଆଜିଠାରୁ କଟକରେ କୋହଳ ହେବ ଶଟଡାଉନ । ଏନେଇ ଗତକାଲି ସିଏମସି ପକ୍ଷରୁ ଘୋଷଣା କରାଯାଇଥିଲା । ସକାଳ ୫ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ କାର୍ଯ୍ୟ ଚାଲୁ ରହିବ । କୋଭିଡ଼ କଟକଣା ସତ୍ତ୍ୱେ ସପିଂ ମଲ ଖୋଲିବ । ରାତ୍ରିକାଳୀନ କର୍ଫ୍ୟୁ ସଂନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ଜାରି ରହିବ । ଏଥିସହ ସପ୍ତାହାନ୍ତ ଶଟଡାଉନ ମଧ୍ୟ ଜାରି ରହିବ ।
କଟକରେ କରୋନା ସଂକ୍ରମଣ ବଢୁଥିବା ଦେଖି ଗତ ୪ ତାରିଖରେ ସିଏମ୍‌ସିକୁ  ଶଟଡାଉନ ଘୋଷଣା କରାଯାଇଥିଲା। ୬ ରାଉଣ୍ଡ ଆକ୍ଟିଭ ସର୍ଭେଲାନ୍ସ ଓ କଣ୍ଟା ଟ୍ରେସିଂ ପରେ ସ୍ଥାନୀୟ ସଂକ୍ରମଣ ହୋଇ ନଥିବା ସିଏମ୍‌ସି କହିଛି। ସେହିପରି ମାଳିସାହିରୁ ରାଣିହାଟ ପର୍ଯ୍ୟନ୍ତ ଥିବା କଣ୍ଟେନମେଣ୍ଟକୁ ମଧ୍ୟ ସିଏମ୍‌ସି ଉଠାଇ ଦେଇଛି।
ଆଜି ସୁଦ୍ଧା କଟକ ଜିଲ୍ଲାରୁ ମୋଟ ୧୦୨୧ଟି କରୋନା କେସ୍ ଚିହ୍ନଟ ହୋଇଥିବା ବେଳେ ୭୪୧ଜଣ ସୁସ୍ଥ ହୋଇଛନ୍ତି । ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨୭୦ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking