40.1 C
Bhubaneswar
Thursday, April 25, 2024
Homeଓଡିଶାଜଳେଶ୍ୱର ମ୍ୟୁନିସିପାଲଟି ଶଟ୍ ଡାଉନ୍

ଜଳେଶ୍ୱର ମ୍ୟୁନିସିପାଲଟି ଶଟ୍ ଡାଉନ୍

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆଉ ଜଳେଶ୍ୱରରେ ସ୍ଥିତି ଜଟିଳ ଥିବାରୁ ଏହି ମ୍ୟୁନିସିପାଲଟିକୁ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ଶଟ୍ ଡାଉନ୍ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୫ଟା ଠାରୁ ୧୭ ତାରିଖ ସକାଳ ୫ଟା ଯାଏ ଶଟ୍ ଡାଉନ୍  ରହିବ।

ଏହି ଅବଧି ମଧ୍ୟରେ ଏଠାରେ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ମ୍ୟୁନିସିପାଲଟି  ଅଞ୍ଚଳର ସମସ୍ତ ୱାର୍ଡକୁ ସାନିଟାଇଜ୍ କରାଯିବ। ଏହାସହ କେବଳ ଅତ୍ୟାବଶକୀୟ ସାମଗ୍ରୀ କିଣିବା ଲାଗି ଲୋକଙ୍କୁ ଛଡ଼ାଯିବ। ଏହି ସମୟରେ ମେଡ଼ିସନ ଷ୍ଟୋର , କୋଭିଡ଼ ୱାର୍କର , ଗଣମାଧ୍ୟମ , ସାନଟାଇଜେସନ ୱାର୍କର , ଆମ୍ବୁଲାନ୍ସ , ଫାୟର ୱାର୍କର , ପେଟ୍ରୋଲ ପମ୍ପ ଆଦିର କର୍ମଚାରୀ ନିଜର ଆଇ କାର୍ଡ଼ ଦେଖାଇ ଯାଇପାରିବେ । ଯଦି କେହି ଶଟ୍ ଡାଉନ୍ ଅବଧି ସମୟରେ ନିୟମକୁ ଉଲଂଘନ କରନ୍ତି, ତା’ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଆଜି ସୁଦ୍ଧା ବାଲେଶ୍ୱର ଜିଲ୍ଲାରେ ମୋଟ ୫୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୪୯ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking