32.1 C
Bhubaneswar
Monday, May 27, 2024
Homeଅପରାଧସଇତାନ ସ୍ୱାମୀ : ସ୍ତ୍ରୀକୁ ହତ୍ୟା ପରେ ନଦୀରେ ଫୋପାଡି ଦେଲା

ସଇତାନ ସ୍ୱାମୀ : ସ୍ତ୍ରୀକୁ ହତ୍ୟା ପରେ ନଦୀରେ ଫୋପାଡି ଦେଲା

କୋଲକାତା: ପଶ୍ଚିମବଙ୍ଗରେ ଶ୍ରଦ୍ଧା ୱାକର ହତ୍ୟା ଘଟଣାର ପୁନରାବୃତ୍ତି । ସାତ ଜନ୍ମର ସାଥି ହେବାକୁ କଥା ଦେଇ ସଇତାନ ପାଲଟିଗଲା ସ୍ୱାମୀ । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦେଲା ପିଶାଚ ସ୍ୱାମୀ । ହତ୍ୟା ପରେ ମୃତଦେହକୁ ୨ଖଣ୍ଡ କରି ନଦୀରେ ଫୋପାଡି ଦେଲା ସ୍ୱାମୀ । ପଶ୍ଚିମବଙ୍ଗର ଶିଲିଗୁରିରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ମହାନନନ୍ଦା ନଦୀରେ ସ୍ତ୍ରୀର ମୃତଦେହ ଫୋପାଡିବା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ରେଣୁକା ଖାତୁନ । ସେ ଦାର୍ଜିଲିଂ ଜିଲ୍ଲାର ଶିଲିଗୁରି ଅଞ୍ଚଳରେ ରହୁଥିଲେ । ଗତ କିଛି ଦିନ ହେବ ସେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ ।

ଏନେଇ ପରିବାର ଲୋକେ ଗତ ଡିସେମ୍ବର ମାସରେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ରେଣୁକାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିଥିଲା ପୋଲିସ । ଶେଷରେ ପୋଲିସ ସାମ୍ନାରେ ସତ ମାନିଥିଲା ଅଭିଯୁକ୍ତ ମୋହଦ ଅନ୍ସ୍ରୁଲ । ସ୍ତ୍ରୀକୁ ହତ୍ୟା ପରେ ଦୁଇ ଖଣ୍ଡ କରି ନଦୀରେ ଫୋପାଡି ଦେଇଥିବା ପୋଲିସକୁ କହିଥିଲା । ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ରେଣୁକାଙ୍କ ମୃତଦେହ ଖଣ୍ଡକୁ ଖୋଜୁଛି । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ‘ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି । ରେଣୁକାଙ୍କ ଅନ୍ୟ କେଉଁ ପୁରୁଷଙ୍କ ସହ ଅବୈଧ ସମ୍ପର୍କ ଥିବା ତାଙ୍କ ସ୍ୱାମୀ ସନ୍ଦେହ କରିଥିଲେ । ଯାହାକୁ ନେଇ ଗତ ଡିସେମ୍ବର ୨୪ ତାରିଖରେ ସ୍ତ୍ରୀର ଗଳାକାଟି ହତ୍ୟା କରିଥିଲା ଅଭିଯୁକ୍ତ । ଏହାପରେ ପତ୍ନୀଙ୍କୁ ଦୁଇ ଖଣ୍ଡ କରିଦେଇଥିଲା ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking