28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବଲିଉଡ୍‌ କଣ୍ଠଶିଳ୍ପୀ ଶାନଙ୍କ ମା’ସୋନାଲି ମୁଖାର୍ଜୀଙ୍କ ପରଲୋକ

ବଲିଉଡ୍‌ କଣ୍ଠଶିଳ୍ପୀ ଶାନଙ୍କ ମା’ସୋନାଲି ମୁଖାର୍ଜୀଙ୍କ ପରଲୋକ

ମୁମ୍ବାଇ : ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପୁଣି ଥରେ ଦୁଃଖଦ ଖବର ଆସିଛି । ଫିଲ୍ମ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଶାନଙ୍କ ମା’ ସୋନାଲି ମୁଖାର୍ଜୀଙ୍କ ଦେହାନ୍ତ ହୋଇଯାଇଛି । ବୁଧବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶାନ୍‌ଙ୍କ ମା ସୋନାଲି ମୁଖାର୍ଜୀ ନିଜେ ମଧ୍ୟ ଜଣେ ଗାୟିକା ଥିଲେ। ହେଲେ ବର୍ତ୍ତମାନ ଏଯାଏଁ ମୃତ୍ୟୁର ବିଷୟରେ କାରଣ ସ୍ପଷ୍ଟ ହୋଇନାହିଁ । ଏହି ଖବରକୁ ଗାୟକ କୈଳାଶ ଖେର ଏକ ଟ୍ୱିଟ ମାଧ୍ୟମରେ ଲେଖି ଜଣାଇଛନ୍ତି : “ଶାନଙ୍କ ମା’ଙ୍କର ଦେହାନ୍ତ ହୋଇଛି । ଭଗବାନ ଶିବଙ୍କ ନିକଟରେ ଏହା ଏକ ପ୍ରାର୍ଥନା ଯେ ଆମର ଭାଇ ଶାନଙ୍କ ଦୃଢ ସହ ଧର୍ଯ୍ୟ ରଖନ୍ତୁ । ଶାନଙ୍କୁ ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ତେବେ ତାଙ୍କ ମା’ ଗୀତ ଗାଇ ନିଜ ପିଲାମାନଙ୍କୁ ଲାଳନ ପାଳନ କରିଥିଲେ। ଶାନଙ୍କ ମା’ଙ୍କ ମୃତ୍ୟୁ ହେତୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking