34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଚନ୍ନି ଜଣେ ବେଇମାନ ବ୍ୟକ୍ତି: କେଜ୍ରିୱାଲ

ଚନ୍ନି ଜଣେ ବେଇମାନ ବ୍ୟକ୍ତି: କେଜ୍ରିୱାଲ

ନୂଆଦିଲ୍ଲୀ : ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳଗୁଡିରେ ସେତିକି ବିବାଦ ବଢ଼ୁଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ ବିରୋଧରେ ବର୍ଷିଛନ୍ତି । କେଜ୍ରିୱାଲ ଟ୍ୱିଟରରେ ଲେଖିଛନ୍ତି ଯେ, ଚନ୍ନି ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତି, ସେ ଜଣେ ବେଇମାନ ବ୍ୟକ୍ତି। ଚନ୍ନିଙ୍କ ସର୍ମ୍ପକୀୟଙ୍କ ଘରୁ କୋଟି କୋଟି ଟଙ୍କା ମିଳିଥିବାରୁ କେଜ୍ରିୱାଲ ଏପରି ମନ୍ତବ୍ୟ ଦେଇଛନ୍ତି । ପଞ୍ଜାବରେ ନିର୍ବାଚନ ପୂର୍ବରୁ ଇଙ୍ଗି ବିଭିନ୍ନ ସ୍ଥାନରେ ତଦନ୍ତ କରିଥିଲା।

ବେଆଇନ ବାଲି ଖନନ ମାମଲାରେ ଚନ୍ନିଙ୍କ ସଂପର୍କୀୟ ଭୁପିନ୍ଦର ସିଂହ ହନୀ ନାମ ଥିବାର ଜଣାପଡିଛି । ଦୁଇ ଦିନ ଧରି ଭୁପିନ୍ଦର ସିଂହ ହନୀଙ୍କ ଘରେ ଚଢ଼ାଉ କରାଯାଇଥିଲା । ଭୁପିନ୍ଦରଙ୍କ ପଞ୍ଜାବର ମୋହାଲୀ ଏବଂ ଅନ୍ୟତ୍ର ଘରୁ ୭.୯ କୋଟି ଟଙ୍କା ଜବତ ହୋଇଛି । ଏହି ଚଢ଼ାଉ ବେଳେ ମୋଟ ୯.୯ କୋଟି ଟଙ୍କା ଠାବ ହୋଇଛି। ଏ ନେଇ ଚନ୍ନି କହିଛନ୍ତି, ନିର୍ବାଚନର ସମୟ ପାଖେଇ ଆସୁଥିବାବେଳେ ତାଙ୍କ ଉପରେ ଏବଂ ତାଙ୍କ ମନ୍ତ୍ରୀମାନଙ୍କ ଉପରେ ଚାପ ପକାଇବା ପାଇଁ ଏସବୁ ଷଡଯନ୍ତ୍ର କରାଯାଉଛି। ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଯେପରି ମମତାଙ୍କ ସଂପର୍କୀୟଙ୍କ ଉପରେ ନଜର ରଖାଯାଇଥିଲା ଠିକ୍ ସେହିପରି ଭାବେ ଏବେ ତାଙ୍କ ଉପରେ ଚାପ ପକାଯାଉଥିବା ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking